Odisha news

ପ୍ରଶାସନ ନାକତଳେ ସାମାଜିକ ଦୂରତ୍ୱକୁ ଫୁ

0

କଣ୍ଟାପଡା,୨୪/୫ : ମହାମାରୀ କରୋନା ଭାଇରସ ଠାରୁ ରକ୍ଷା ପାଇବାପାଇଁ ସମଗ୍ର ବିଶ୍ୱରେ ସାମାଜିକ ଦୂରତ୍ୱକୁ ଗୁରତ୍ୱ ଦିଆଯାଉଥିବାବେଳେ କଣ୍ଟାପଡା ବ୍ଲକ ସମ୍ମୁଖରେ ଥିବା ବିଭିନ୍ନ ଦୋକାନରେ ଏଥିପ୍ରତି ଆଦୌ ଗୁରୁତ୍ୱ ଦିଆଯାଉନାହିଁ । ଏପରିକି ଦୋକାନୀ କିମ୍ବା ଗ୍ରାହକ ମାସ୍କ ପିନ୍ଧୁନଥିବା ଦେଖାଯାଉଛି । ଫଳରେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନାକୁ ଏଠାରେ ଏଡାଇ ଦିଆଯାଇ ନପାରେ । ଆଜି ସନ୍ଧ୍ୟାରେ ଏହିଭଳି ଦୃଶ୍ୟମାନ ଦେଖିବାକୁ ମିଳିଛି କଣ୍ଟାପଡା ବଜାରରେ ।

ଏଠାରେ ଥିବା ବିଭିନ୍ନ ଦେକାନ ମଧ୍ୟରୁ ଏକ ମାଛଦୋକାନରେ ସନ୍ଧ୍ୟାରେ ପ୍ରବଳ ଗହଳି ହୋଇଥିଲା । ଦୋକାନୀ କିମ୍ବା ମାଛପାଇଁ ଆସିଥିବା ଗ୍ରାହକଙ୍କ ମୁହଁରେ ମାସ୍କ ନଥିବାବେଳେ ସାମାଜିକ ଦୂରତ୍ୱକୁ ସମ୍ପୂର୍ଣ୍ଣ ଫୁ କରି ଦିଆଯାଇଥିଲା । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଦାୟୀତ୍ୱ ହୀନତା ଆଗକୁ ମହଙ୍ଗା ପଡିବବୋଲି ସାଧାରଣରେ ଚର୍ଚ୍ଚାାହେଉଛି ।

Govt
Leave A Reply