Odisha news

ଜିଲ୍ଲାପାଳଙ୍କ ବାତ୍ୟା ପରର ସ୍ଥିତି ଓ କୋଭିଡ-୧୯ର ସ୍ଥିତିର ସମୀକ୍ଷା

0

ଜଗତସିଂହପୁର୨୪/୫:ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓସୱାନ ଭିସି ରୁମରେ ଭିଡିଓ କନଫେରେନସି ମାଧ୍ୟମରେ ଜିଲ୍ଲାର ସମସ୍ତ ବିଡିଓ,ତହସିଲଦାର ଓ ନିର୍ବାହୀ ଯନ୍ତ୍ରୀମାନଙ୍କ ସହିତ ବାତ୍ୟା ଅମ୍ଫାନ ର ପରବର୍ତ୍ତୀ ସ୍ଥିତି ଓ କୋଭିଡ ବାବଦରେ ସମୀକ୍ଷା କରିଥିଲେ ।ବାତ୍ୟାରେ ବିଡିଓ ଓ ନିର୍ବାହୀ ଅଧିକାରୀମାନେ ଭଲକାମ କରିଥିବାରୁ ଜିଲ୍ଲାପାଳ ସେମାନଙ୍କୁ ପ୍ରଶଂସା କରିଥିଲେ ।ବାତ୍ୟା ପ୍ରସ୍ତୁତି ଜିଲ୍ଲାରେ ବହୁ ଭାବରେ ଭଲ ହୋଇଥିଲା ।ଜିଲ୍ଲାରେ ପ୍ରାୟ ୧୭ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା ।

ସମସ୍ତ ତହସିଲଦାରମାନେ ମେ ୨୪ସୁଦ୍ଧା ପ୍ରାଥମିକ ରିପୋର୍ଟ ଓ ମେ ୨୬ ସୁଦ୍ଧା ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଯୁଗ୍ମ ରିପୋର୍ଟ ପଠାଇବାକୁ ନିଦେ୍ର୍ଦଶ ଦେଇଥିଲେ ।ଭାରତର ପ୍ରଧାନମନ୍ତ୍ରୀ,ଓଡିଶାର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଦଳଗତ କାର୍ଯ୍ୟାନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ ।ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ଓ ୱାର୍ଡ ନୋଡାଲ ଅଧିକାରୀସେମାନଙ୍କର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଟସ୍ ଓ ପ୍ରବାସୀମାନଙ୍କ ତଥ୍ୟ କୋଭିଡ ପୋର୍ଟାଲରେ ଅପଲୋଡ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।

ସମସ୍ତ ବ୍ଲକର ବିଡିଓ ଓ ପୌର ପରିଷଦ ନିର୍ବାହୀ ଅଧିକାରୀମାନେ ସେମାନଙ୍କର ପଞ୍ଚାୟତ ନୋଡାଲ ଅଧିକାରୀ ଓ କମ୍ପ୍ୟୁଟର ପୋଗ୍ରାମର ପ୍ରତ୍ୟେକ ଦିନ ଟିଏମସି ଓ ପ୍ରବାସୀଙ୍କ ତଥ୍ୟ କୋଭିଡ ପୋର୍ଟାଲରେ ଅପଲୋଡକୁ ସୁନିଶ୍ଚିତ କରାଇବେ ।ଗ୍ରାମାଞ୍ଚଳରେ କ୍ୱାରେନଣ୍ଟାଇନ ପିରିୟଡ୧୪ ଦିନକୁ କମାଇ ଦିଆଯାଇଛି ।ଏହି ୧୪ ଦିନରୁ ୭ ଦିନ ନିଶ୍ଚିତ କ୍ୱାରେନଣ୍ଟାଇନ ଓ ଅନ୍ୟ ୭ ଦିନ ହୋମ କ୍ୱାରେନଣ୍ଟାଇନ ଏବଂ ଲକ୍ଷଣ ନଥିବା ଲୋକଙ୍କୁ ହୋମ କ୍ୱାରେନଣ୍ଟାଇନରେ ପଠାଯିବ ।ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲକ୍ଷଣ ନଥିବା ପ୍ରବାସୀଙ୍କୁ ହୋମ କ୍ୱାରେନଣ୍ଟାଇନରେ ପଠାଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଥିଲେ ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ନିବେଦିତା ମିଶ୍ର,ପ୍ରକଳ୍ପ ନିଦେ୍ର୍ଦଶକ ସରୋଜକାନ୍ତ ମହାନ୍ତି,ସହକାରୀ ଜିଲ୍ଲାପାଳ ଜରୁରୀ ଶାଶ୍ୱତ ଦାସ,ଜିଲ୍ଲାପାଳଙ୍କ ଓଏସଡି ଡଃ ଶଶାଙ୍କ ଶେଖର ଲେଙ୍କା,ଜଗତସିଂହପୁର ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ଓ ସମସ୍ତ ବିଡିଓ,ତହସିଲଦାର ଉପସ୍ଥିତ ରହିଥିଲେ ।

Leave A Reply