ଖୁବ କମ ବ୍ୟକ୍ତି ଥାଆନ୍ତି ଯେଉଁ ମାନଙ୍କୁ ଭଲ ନିଦ ହୋଇଥାଏ, କିନ୍ତୁ ଭଲ ନିଦ ହେଉଛି ଗୋଟିଏ ସୁସ୍ଥ ଜୀବନ ର ପ୍ରତୀକ, ନିକଟରେ ଗବେଷକ ମାନେ ଗୋଟିଏ ରିସର୍ଚ୍ଚ ରୁ ଖୁଲାସା କରିଛନ୍ତି ଯେ ବାରମ୍ବାର ନିଦ ଭାଙ୍ଗୁଥିବା ଜଣାପଡିଛି ଯେ ଅବସଟ୍ରିକ୍ଟିବ ସ୍ଲିପ ଏପିନୀୟା ପ୍ରଭାବ ହାର୍ଟ ଉପରେ ପଡିଥାଏ, ଯାହାଦ୍ୱାରା ବ୍ୟକ୍ତିର ହାର୍ଟ ଅଟାକ ରିସ୍କ ୭୧ ପ୍ରତିଶତ ବଢ଼ିଯାଇ ଥାଏ l
ୟୁରୋପୀୟନ ଅଵେଶୀଟି ର ନୂଆ ନିୟମ ଅନୁସାରେ ଅବସଟ୍ରିକ୍ଟିବ ସ୍ଲିପ ଏପିନୀୟା ର ପ୍ରଭାବ ହାର୍ଟ ଉପରେ ପଡିଥାଏ, ବିଶେଷ ଭାବରେ ଯେଉଁ ବ୍ୟକ୍ତି ମୋଟାପା ର ଶିକାର ହୋଇଥାଏ ସେମାନଙ୍କର ବାରମ୍ବାର ନିଦ ଭାଙ୍ଗିଥାଏ , କାହିଁକିନା ସେମାନେ ଅବସଟ୍ରିକ୍ଟିବ ସ୍ଲିପ ଏପିନୀୟା ର ସମୁଖୀନ ହୋଇ ଥାଆନ୍ତି l ଯାହାକି ହାର୍ଟ ଉପରେ ପ୍ରଭାବ ପକାଇଥାଏ l
ବାରମ୍ବାର ନିଦ ଭାଙ୍ଗିବା ଦ୍ୱାରା ନିଡର ଗୁଣବତା ମଧ୍ୟ ନଷ୍ଟ ହୋଇଥାଏ, ଯାହାକି ହାର୍ଟ ସମ୍ବନ୍ଧିତ ରୋଗର ବିପଦକୁ ବଢ଼ାଇ ଦେଇଥାଏ l ଅବସଟ୍ରିକ୍ଟିବ ସ୍ଲିପ ଏପିନୀୟା ଗୋଟିଏ ଏଭଳି କଣ୍ଡିସନ ଯେଉଁଥିରେ ନିଦ୍ରା ସମୟ ରେ ମଣିଷ ର ପ୍ରଶ୍ୱାସ ଅଟକି ଯାଇଥାଏ l ଯାହାର ଦୁଇଟି କାରଣ ରହିଛି, ଗୋଟିଏ ହେଉଛି ଏୟାର ୱେ ବ୍ଳକେଜ , ଯାହାଦ୍ୱାରା ମାଂସପେଶୀ ରେ ବିଭିନ୍ନ ବ୍ଳକେଜ ଆସିଥାଏ, ଯେଉଁ କାରଣରୁ ହାର୍ଟ ଅଟାକ ଆସିବା ସ୍ୱାଭାବିକ ଅଟେ l
ଅନ୍ୟଟି ହେଲା ମସ୍ତିଷ୍କ ପ୍ରଶ୍ୱାସ ନେବାରେ ଅସୁବିଧାର ସମୁଖୀନ ହୋଇଥାଏ ଏବଂ ମସ୍ତିଷ୍କ କୁ ଠିକ ଭାବରେ ଅକ୍ସିଜେନ ପହଞ୍ଚିପାରେ ନାହିଁ, ଏପରି ସ୍ଥିତିରେ ମଣିଷ ବାରମ୍ବାର ନିଦ ଭାଙ୍ଗିଥାଏ l ଯାହାର ପ୍ରଭାବ ହାର୍ଟ ଉପରେ ପଡିଥାଏ ଏବଂ ହାର୍ଟ ଆଟାକ ହୋଇଥାଏ l
