ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିଶାସ୍ତ୍ର ଆଜି ମଧ୍ୟ ଜୀବନକୁ ସଠିକ ମାର୍ଗ ଦର୍ଶନ କରୁଛି, ଚାନକୟ ଙ୍କ ନୀତିଶାସ୍ତ୍ର କେବଳ ରାଜନୀତି କିମ୍ବା କୂଟନୀତି ର ମାର୍ଗ ଦର୍ଶନ କରି ନଥାଏ ବରଂ ଆର୍ଥିକ ସ୍ଥିତିକୁ ମଧ୍ୟ ଦିଶା ନିର୍ଦେଶ କରିଥାଏ l ଚାଣକ୍ୟ ଙ୍କ ନୀତିରେ ଧନ କାମନା ଯେତିକି ଗୁରୁତ୍ୱପୂର୍ଣ ତାହାକୁ ସଂଚୟ ସଂଚୟ କରିବା ସେତିକି ଗୁରୁତ୍ୱପୂର୍ଣ ଅଟେ l
– ସଂଚୟର ବଡ଼ ସାହାରା –
ଚାଣକ୍ୟ ଙ୍କ ନୀତିରେ ଧନ ସଂଚୟ ହିଁ ବଡ଼ ସାହାରା, ଅର୍ଥାତ ବ୍ୟକ୍ତି ଯଦି ମନକୁ ମାରି ଧନ ସଂଚୟ ରଖିବ ତେବେ ଏହା ତାର ଭବିଷ୍ୟତ ପାଇଁ ଗୋଟିଏ ବଡ଼ ସାହାରା ଅଟେ l ଯାହାକି ତାକୁ ଅସୁବିଧା ସମୟରେ ସହଯୋଗ କରିବ l
– ଧନର ସମ୍ମାନ କରିବା ଜରୁରୀ –
ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିରେ ଧନ ର ଅପମାନ କରୁଥିବା ବ୍ୟକ୍ତି କଦାପି ଧନଵାନ ହୋଇ ପାରିବ ନାହିଁ, ଫାଲତୁ ଖର୍ଚ୍ଚ ରୁ ବ୍ୟକ୍ତି ଦୂରେଇ ରହିବା ଆବଶ୍ୟକ l ପ୍ରତ୍ୟେକ ଖର୍ଚ୍ଚ ଭାବିଚିନ୍ତି କରନ୍ତୁ, ଏବଂ ନିଜ ଖର୍ଚ୍ଚ ପାଇଁ ବିଶେଷ ଭାବରେ ଗୋଟିଏ ହିସାବ ରଖନ୍ତୁ l
– ସମୟ ର ସଦୁପଯୋଗ କରନ୍ତୁ –
ସମୟ ଓ ଧନ ଦୁଇଟି ହେଉଛି ମୂଲ୍ୟବାନ, ଚାଣକ୍ୟ ଙ୍କ ନୀତିରେ ସମୟ ହିଁ ସମୟ କୁ ଜୀବିତ ରଖିଥାଏ , ଆଳସ୍ୟ ଠାରୁ ଦୁରେଇ ରୁହନ୍ତୁ, ସାମାନ୍ୟ ଖୁସି ପାଇଁ ସମୟ କୁ ନଷ୍ଟ କରନ୍ତୁ ନାହିଁ l ସମୟର ମୂଲ୍ୟକୁ ବୁଝିବା ବ୍ୟକ୍ତି ଜୀବନ ରେ ଆଗକୁ ଯାଇଥାଏ l
– ଖରାପ ସାଙ୍ଗ ଠାରୁ ଦୁରେଇ ରୁହନ୍ତୁ –
ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିରେ ବ୍ୟକ୍ତି ଜୀବନ ରେ ସବୁଠୁ ଗୁରୁତ୍ୱପୂର୍ଣ ମିତ୍ର ଚୟନ, ଭୁଲ ସଂଗ ଦୋଷ ବ୍ୟକ୍ତିକୁ ଆର୍ଥିକ ଓ ନୈତିକ ଉଭୟ କ୍ଷତି ଦେଇଥାଏ l ପରିଶ୍ରମୀ ହେବା ସହିତ ସକାରାତ୍ମକ ଚିନ୍ତନ ରଖନ୍ତୁ l
– ଧନ ନିବେଶ ପୂର୍ବରୁ ଚିନ୍ତା କରିବା ଜରୁରୀ –
ବ୍ୟକ୍ତି ଯେତେବେଳେ ମଧ୍ୟ ଧନ ନିବେଶ କରୁଛି ବାରମ୍ବାର ଚିନ୍ତା କରିବା ଆବଶ୍ୟକ, ଯଦି ତରବରିଆ ଭାବରେ ନିବେଶ କରୁଛନ୍ତି ତେବେ ଏହା ଆର୍ଥିକ ଅପରାଧ, ନିବେଶ ପୂର୍ବରୁ ସବୁକିଛି ଆକଳନ କରନ୍ତୁ l
– ଲକ୍ଷ୍ମୀ ଙ୍କ ସମ୍ମାନ କରନ୍ତୁ –
ଲକ୍ଷ୍ମୀ ଙ୍କ ସମ୍ମାନ ଅର୍ଥାତ ପୂଜାପାଠ ନୁହେଁ, ଖାଦ୍ୟ କୁ ସମ୍ମାନ ନିହାତି କରନ୍ତୁ, ଭାଷା ରେ ଶାଳୀନତା ରଖିବା ଜରୁରୀ, ନିଜ ସ୍ତ୍ରୀଙ୍କର ଦୁଃଖ ସୁଖ ବୁଝିବା ମଧ୍ୟ ଜରୁରୀ l