Odisha news

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ୪-ଜି ଇଣ୍ଟର୍‌ନେଟ୍ ସେବା ପୁନଃପ୍ରଚଳନ କରିବାକୁ ସୋମବାର ଦିନ ସୁପ୍ରିମ୍ କୋର୍ଟ ମନା କରି ଦେଇଛନ୍ତି

0

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ୪-ଜି ଇଣ୍ଟର୍‌ନେଟ୍ ସେବା ପୁନଃପ୍ରଚଳନ କରିବାକୁ ସୋମବାର ଦିନ ସୁପ୍ରିମ୍ କୋର୍ଟ ମନା କରି ଦେଇଛନ୍ତି। ଏହା ସହ, ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ପ୍ରଶାସନର ସଚିବମାନଙ୍କର ଏକ କମିଟି ଗଠନ କରିବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି। ସେମାନେ ସ୍ଥଳ ବିଶେଷର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରି ୪-ଜି ଇଣ୍ଟର୍‌ନେଟ୍ ସେବା ବିଷୟରେ ନିଷ୍ପତ୍ତି ଗ୍ରହଣ କରିବେ।

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ମଧ୍ୟ କହିଛନ୍ତି ଯେ ଗୃହ ବ୍ୟାପାର ମନ୍ତ୍ରାଳୟ ସଚିବଙ୍କ ନେତୃତ୍ବାଧୀନ ଏହି ଉଚ୍ଚ-କ୍ଷମତାସମ୍ପନ୍ନ କମିଟି କେତେକ ଆବେଦନକାରୀ ଉଠାଇ ଥିବା ଯୁକ୍ତିର ମଧ୍ୟ ଅନୁଶୀଳନ କରିବ।

ଜଷ୍ଟିସ୍ ଏନ୍‌ଭି ରମନା କହିଛନ୍ତି, ଯେପରି ଜାତୀୟ ନିରାପତ୍ତା ଏବଂ ମାନବୀୟ ଅଧିକାର ସମତୁଲ ହୋଇ ରହିବ ଏ ଅଦାଲତଙ୍କୁ ସେ ବିଷୟରେ ନିଶ୍ଚିତ ହେବାକୁ ପଡ଼ିବ। ଆମେ ଜାଣୁ ଯେ ଏହି କେନ୍ଦ୍ରଶାସିତ ଅଞ୍ଚଳ ସଙ୍କଟ ମଧ୍ୟରେ ପଡ଼ିଯାଇଛି। ଏହାଛଡ଼ା ସଂକ୍ରମଣ ହେଉଥିବା ମହାମାରୀ ଓ ଦୁଃସ୍ଥିତି ସମ୍ବନ୍ଧୀୟ ଚିନ୍ତା ବିଷୟରେ ମଧ୍ୟ ଅଦାଲତ ସଚେତନ ଅଛନ୍ତି।

ପିଟିସନର୍‌ମାନେ ଉଠାଇଥିବା ଯୁକ୍ତି ଏବଂ ତାହାର ଯଥା‌ର୍ଥତା ଓ ବିକଳ୍ପ ବ୍ୟବସ୍ଥା ବିଷୟରେ ଅନୁଧ୍ୟାନ କରିବା ସ୍ବତନ୍ତ୍ର କମିଟିକୁ ନିର୍ଦେଶ ଦିଆଯାଇଛି ବୋଲି କହି ଖଣ୍ଡପୀଠ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

Leave A Reply