Odisha news

ଧୋନି ତାଙ୍କ କ୍ୟାପ୍‌ଟେନ୍ ସମୟରେ ନେଇଥିବା ୩ ଟି ମହତ୍ୱ ପୁର୍ଣ ନିର୍ଣ୍ଣୟ ଆଶ୍ଚର୍ଯ୍ୟ କରିଥିଲା ସମସ୍ତଙ୍କୁ

0

ଭାରତୀୟ ଦଳର ଜଣlସୁନା କ୍ରୀକେଟିୟର ମହେନ୍ଦ୍ର ସିଂ ଧୋନିଙ୍କୁ କିଏ ବା ନଜାଣେ l ଧୋନି ଭାରତୀୟ ଦଳର ଅଧିନାୟକ ଥିବା ସମୟରେ ଭାରତୀୟ ଦଳ ୨00୭ ଟି ୨0,୨0୧୧ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ,୨0୧୩ ଚମ୍ପିୟାନ ଟ୍ରଫି ଜିତି ଇତିହାସ ରଚିଥିଲେ l ଧୋନିଙ୍କୁ ସାରା ବିଶ୍ୱରେ ସମସ୍ତେ କ୍ୟାପ୍‌ଟେନ୍କୂଲ କୂଲ ନାମରେ ଜାଣନ୍ତି l ସେ ସର୍ବଦା ଶାନ୍ତ ଓ ସ୍ଥିର ରହି ସମସ୍ତ ନିର୍ଣ୍ଣୟ ନିଅନ୍ତି l

* ପାକିସ୍ତାନ ବିରୋଧରେ ଟି ୨0 ୱାର୍ଲଡ କପରେ ରବୀନ୍ ଉଥପାଙ୍କ ଦ୍ୱାରା ବୋଲିଂ -୨00୭ ମସିହାଇୟା ଟି ୨0 ୱାର୍ଲଡ କପକୁ ଆଜିବି ଭାରତୀୟ ମାନେ ମାନେ ରଖିଛନ୍ତି l ପାକିସ୍ତାନ ବିରୁଦ୍ଧରେ ମ୍ୟାଚ ଚାଲିଥିଲା,ଶେଷରେ ଏହି ମ୍ୟାଚ ଟାଇ ହୋଇଯାଇଥିଲା l ଏହାପରେ ଟାଇ ବ୍ରେକର ଭାବରେ ଏକ୍ସଟ୍ରା ଓଭର ଖେଳ ହେଲା l ଏହାର ନିୟମ ଅନୁସାରେ ଉଭୟ ଦଳର ଖେଳାଳି ଷ୍ଟାମ୍ପକୁ ବଲ୍ ପକାଇଲେ l ଏହି ସମୟରେ ଧୋନି ରବୀନ୍ ଉଥପାଙ୍କୁ ବୋଲିଂ କରିବାର ସୁଯୋଗ ଦେଇଥିଲେ l ଯାହାକୁ ଦେଖି ସମସ୍ତ ଦର୍ଶକ ଆଶ୍ଚଯ୍ୟ ହୋଇଗଲେ,କାରଣ ଉଥପାଙ୍କୁ କେହିବି କେବେ ବୋଲିଂ କରିବା ଦେଖି ନଥିଲେ l କିନ୍ତୁ ଧୋନିଙ୍କ ପାଇଁ ତାହା ସମ୍ଭବ ହେଲା ଓ ଉଥପା ସିଧା ସଳଖ ଷ୍ଟମ୍ପକୁ ବଲ୍ ପକାଇଥିଲେ l

* ଟି ୨0 ଫାଇନାଲ୍ ରେ ପାକିସ୍ତାନ ବିରୁଦ୍ଧରେ ଯୋଗୀନ୍ଦର ଶର୍ମା ଙ୍କୁ ବୋଲିଂ -ଟି ୨0 ୱାର୍ଲଡ କପ ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥାଏ l ଶେଷ ଓଭରରେ ଜିତିବା ପାଇଁ ପାକିସ୍ତାନକୁ ୧୩ ରନ ଆବଶ୍ୟକ ଥାଏ l ଏହି ସମୟରେ ଧୋନି ଯୋଗୀନ୍ଦର ଶର୍ମାଙ୍କୁ ବୋଲିଂ କରିବା ପାଇଁ ନିର୍ଦେଶ ଦେଇଥିଲେ l ପୁରା ଭାରତର ନଜର ତାଙ୍କ ଉପରେ ଥାଏ l ଶେଷରେ ଯୋଗୀନ୍ଦର ମିଃସ୍ବାହା ଙ୍କୁ ଆଉଟ କରିଥିଲେ ଓ ଟିମ୍ ଇଣ୍ଡିଆ ୨00୭ ଟି ୨0 ୱାର୍ଲଡ କପ ଜିତି ଚମ୍ପିୟାନ ହୋଇଥିଲା l

* ଡେବ୍ୟୁ ଟେଷ୍ଟ ରେ ଚେତ୍ତେଶ୍ୱର ପୂଜାରl ଙ୍କୁ ଦ୍ରାବିଡ଼ ଙ୍କ ପୂର୍ବରୁ ବ୍ୟାଟିଂ ପାଇଁ ପଠାଇ ଥିଲେ -ଆଜି ଚେତ୍ତେଶ୍ୱର ପୂଜାରା ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେସାଲିଷ୍ଟ ଭାବରେ ଜଣାଶୁଣା l କିନ୍ତୁ ପ୍ରଥମ ମ୍ୟାଚ ଓ ପ୍ରଥମ ଇନିଂଶ ରେ ବେଙ୍ଗଲୁର ଟେଷ୍ଟରେ ଡରି ଯାଇଥିଲେ l କିନ୍ତୁ ଦୁତୀୟା ଇନିଂଶ ଆରମ୍ଭ ହେବ ପୂର୍ବରୁ ଧୋନିଙ୍କ ନିର୍ଣ୍ଣୟ ସମସ୍ତଙ୍କୁ ଷ୍ଟାବ୍ଦ କରିଥିଲା l ପୂଜାରା ଙ୍କୁ ରାହୁଲ ଦ୍ରାବିଡ଼ ଙ୍କ ପୂର୍ବରୁ ୩ ନମ୍ବର ରେ ବ୍ୟାଟିଂ ପାଇଁ ପଠାଇ ଥିଲେ l ପୂଜାରା ସେହି ମ୍ୟାଚରେ ୭୨ରନ କରି ଭାରତୀୟ ଦଳକୁ ଜିତାଇ ଥିଲେ l

Leave A Reply