Odisha news

ଆମ୍ବ ଟାକୁଆର ଚମତ୍କାରୀ ଗୁଣ

0

ଆମ୍ବ ଏକ ଏପରି ଫଳ ଯାହାକୁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି l ଆମ୍ବର ଭରପୂର ମାତ୍ରାରେ ଫାଇବର୍ ଥାଏ l ଆମ୍ବ ସହିତ ଅମ୍ବର ଟାକୁଆ ମଧ୍ୟ ଶରୀର ପାଇଁ ଉପଯୋଗୀ l

ଆମ୍ବ ଟାକୁଆରୁ ବିଭିନ୍ନ ସ୍ୱାସ୍ଥ୍ୟ ଉପଯୋଗୀ ସମସ୍ୟା ଦୂର ହୁଏ ଯଥା –
* ମୁଣ୍ଡରୁ ଊଂକୁଣି ସଫା ହୁଏ -ଆମ୍ବର ଟାକୁଆକୁ ଶୁଖାଇ ଗୁଣ୍ଡ କରି ଲେମ୍ବୁ ରସରେ ମିଶାଇ ମୁଣ୍ଡରେ ଲଗାଇଲେ ଊଂକୁଣି ସଫା ହୋଇଯାଏ l ଏହା ସହିତ କେଶର ମୂଳ ମଧ୍ୟ ସଫା ରୁହେ l

* ଡାଇରିଆ ଝାଡା ପାଇଁ ହିତକାରୀ -ଆମ୍ବ କୋଇଲିକୁ ଶୁଖାଇ ଗୁଣ୍ଡ କରି ରଖନ୍ତୁ l ଏକ ଗ୍ଲାସ ପାଣିରେ ଏକ ଚାମଚ କୋଇଲି ଗୁଣ୍ଡ ମିଶାଇ ଓ କିଛି ପରିମାଣରେ ମହୁ ସହିତ ଦିନକୁ ୨ ରୁ ୩ ଥର ପିଇଲେ ଡାଇରିଆ ଭଲ ହୋଇଯାଏ l

* ହାଇ ବ୍ଲଡ଼ ପ୍ରେସର ରେ ସେବନ କରିବା ଆବଶ୍ୟକ – ହାଇ ବ୍ଲଡ଼ ପ୍ରେସର ରୋଗୀ ମାନେ ଆମ୍ବ କୋଇଲି ଗୁଣ୍ଡକୁ ପ୍ରତ୍ୟକ ଦିନ ୨ ଥର ଏକ ଚାମଚ ଲେଖା ଉଷୁମ ପାଣିରେ ସେବନ କରିବା ଆବଶ୍ୟକ l ଏହା ଦ୍ୱାରା ହାଇ ବ୍ଲଡ଼ ପ୍ରେସର ଠିକ୍ ରହିବା ସହିତ ଦେହ ସୁସ୍ତ ରହିଥାଏ l

*ମୋଟାପା କମାଇବାରେ ସାହାଯ୍ୟ କରେ -ଆଜିକାଲି ମୋଟାପା ସମସ୍ତଙ୍କ ପାଇଁ ବଡ ସମସ୍ୟା l ପ୍ରତ୍ୟକ ଦିନ ଖାଲିପେଟରେ ଆମ୍ବ ଟାକୁଆ ଗୁଣ୍ଡକୁ ଉଷୁମୁ ପାଣିରେ ସେବନ କଲେ ଫଳପ୍ରଦ ହୋଇଥାଏ ,ଏହା ସହିତ ପେଟ ମଧ୍ୟ ସଫା ରୁହେ l

* ଦାନ୍ତକୁ ସୁସ୍ଥ ରଖେ -ଆମ୍ବ ଟାକୁଆ ଗୁଣ୍ଡ ସହିତ ଶୁଖିଲା ଆମ୍ବ ପତ୍ରର ଗୁଣ୍ଡକୁ ମିଶାଇ ପ୍ରତେକ ଦିନ ଦାନ୍ତ ଘସିଲେ ଦାନ୍ତ ସମସ୍ୟା ଦୂର ହୁଏ ଓ ଏହା ସହିତ ଦାନ୍ତ ମାଢି ମଜବୁତ ରୁହେ l

Leave A Reply