Odisha news

କରୋନା କୁ ନେଇ ଗଂଜାମ ଜିଲ୍ଲାପାଳଙ୍କ ସହ କେନ୍ଦ୍ରୀୟ ଟିମ୍ ର ଆଲୋଚନା

0

ଛତ୍ରପୁର,୧୮/୫ : କରୋନାକୁ ନେଇ ଦିନକୁ ଦିନ ଗଂଜାମ ଜିଲ୍ଲାର ଚିତ୍ର ବଦଳି ଯାଉଛି । ଜିଲ୍ଲାକୁ ପ୍ରବାସୀ ଓଡିଆ ଆସିବା ପରେ ପଜିଟିଭ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ କରୋନା ବଢିବାରେ ଶୀର୍ଷକ ସ୍ଥାନରେ ରହିଛି ।ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ୪୦ରୁ ଉଦ୍ଧ୍ୱର୍ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରି ଯାଇଛନ୍ତି ।

କରୋନାର ସ୍ଥିତି ସମୀକ୍ଷା କରିବା ପାଇଁ ପୂର୍ବରୁ ଭୂବନେଶ୍ୱରରୁ ଦୁଇଟି ଆସିଥିବା ବେଳେ ଗତକାଲି ଠାରୁ ଦିଲ୍ଲୀରୁ ଦୁଇଜଣିଆ ପ୍ରତିନିଧୀ ଆସିଛନ୍ତି । ଏମାନେ ଜିଲ୍ଲାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଡାଟା ସଂଗ୍ରହ କରିବା ସହ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ସହ ବିଭିନ୍ନ ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ବୁଲି ଦେଖିବା ସହ ଅନ୍ତେବାସୀ ଙ୍କ ସ୍ୱାସ୍ଥ୍ୟଗତ ଯାଂଚ କରୁଛନ୍ତି । ଜିଲ୍ଲାରେ ପଜିଟିଭ ସଂଖ୍ୟା କେଉଁ କାରଣରୁ ବଢୁଛି ତାହାର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏାହସହ ବିଭିନ୍ନ କୋଭିଡ-୧୯ ହସ୍ପିଟାଲ ଗୁଡିକୁ ମଧ୍ୟ ପରିଦର୍ଶନ କରି ପରିସରରେ କିପରୀ ସୁବିଧା ରହିଛି ତାହାକୁ ମଧ୍ୟ ତନଖୀ ଦେଖିଛନ୍ତି । ଦିଲ୍ଲୀରୁ ଆସିଥିବା ଏନସିଡିସିର ଦୁଇଜଣିଆ ପ୍ରତିନିଧି ଡାକ୍ତର ମହେଶ ଓ ଡାକ୍ତର ତୁଷାର ଏବଂ ହେଲଥ୍ ସରର୍ଭିସେସର ନିଦେ୍ର୍ଦଶକ ଡାକ୍ତର ବିଜୟ ମହାପାତ୍ର, ଡାକ୍ତର ଅରକ୍ଷୀୟ ପ୍ରଧାନ, ନିହାର ରାୟ ଓ ସିଡିଏମଓ ଡାକ୍ତର ଉମାଶଙ୍କର ମିଶ୍ର ସୋମାବାର ପୂର୍ବାହ୍ନରେ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ ଚାମ୍ବରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲ୍ଲାରେ କରୋନା ସ୍ଥିତି ଓ ତାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ପରେ ଏହି ଟିମ୍ କହିଛନ୍ତି ଯେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ଗଣମାଧ୍ୟମକୁ କହିଥିଲେ । ଅନ୍ୟପଟେ ସେମାନଙ୍କ ଠାରୁ ଫିଡବ୍ୟାକ୍ ପାଇବା ପରେ ପରବର୍ତ୍ତୀ ପଦ କ୍ଷେପ ନିଆଯିବ ବୋଲି ଗଂଜାମ ଜିଲ୍ଲାପାଳ କହିବା ସହ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ କୈାଣସି ଆଶଙ୍କା ନାହିଁ ତେଣୁ ଭୟଭୀତ ହେବାର ନାହିଁ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Leave A Reply