Odisha news

ଓଡିଶାରେ ଜଙ୍ଗଲ ଆଇନ ଓ ବିଶ୍ଳେଷଣ ପାଇଁ ଠାକୁରମୁଣ୍ଡାରେ ଗବେଷକ

0
ଠାକୁରମୁଣ୍ଡା -24/11 :  ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନାଞ୍ଚଳ ଅନ୍ତର୍ଗତ ଜାମୁବଣି ଗ୍ରାମରେ ପହଞ୍ଚି ଓଡିଶାରେ ଜଙ୍ଗଲ ଆଇନ ସମ୍ପର୍କିତ ବିଶ୍ଳେଷଣ କରିଛନ୍ତି ଗବେଷିକା ମନିଷା ଦାସ l ମନିଷା ଦାସ ଓୟୁଏଟି ରେ ଗବେଷଣାରତ ଛାତ୍ରୀ ଅଛନ୍ତି l 24 ତାରିଖ ଭାଲିଆଡାଳ ଗ୍ରାମପଞ୍ଚାୟତର ଜଙ୍ଗଲ ଗ୍ରାମରୁ ଅନୁମୋଦିତ ରାଜସ୍ବ ଗ୍ରାମ ଜାମୁବଣି ରେ ପହଞ୍ଚି ଲୋକଙ୍କ ସହିତ ଏହାର ତର୍ଜ୍ଜମା କରିଛନ୍ତି l ଆରସିଡିସି ଅନୁଷ୍ଠାନର କାର୍ଯ୍ୟକ୍ରମ ପରିଚାଳକ ଆନନ୍ଦ ସେଠୀଙ୍କ ଆୟୋଜନକ୍ରମେ ଯୋଗଦେଇଥିବା ବୟସ୍କ ମହିଳା, ପୁରୁଷଙ୍କ ସହ ମନିଷା ଆଲୋଚନା କରିଥିଲେ l ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ପାଇଁ ଗ୍ରାମସଭାର ଭୂମିକା ଓ ଆରସିଡିସିର ଯୋଗଦାନ ସମ୍ପର୍କରେ ବୈଠକର ମଧ୍ୟ ଆଲୋଚନା କରାଯାଇଥିଲା l ଜଙ୍ଗଲ ଅଧିକାର ଆଇନରୁ କିପରି ସୁଫଳ ମିଳୁଛି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଉପସ୍ଥିତ 70 ଜଣ ଗ୍ରାମବାସୀଙ୍କ ସହିତ ଗବେଷିକା ମତ ବିନିମୟ କରିଥିଲେ l ଆନନ୍ଦ ସେଠୀଙ୍କ ପୌରାହିତ୍ୟରେ ଆୟୋଜିତ ଏହି ବୈଠକ ଶେଷରେ ନୀତିମା ସିଂ ଧନ୍ୟବାଦ ଅର୍ପଣ କରିଥିଲେ l
Leave A Reply