Odisha news

ହାଇଓ୍ବା ଓଲଟି ଡ୍ରାଇଭର ଗୁରୁତର ଆହତ

0
ନିରାକାରପୁର,୨୪/୧୧-ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡକ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ପୋଖରୀ ନିକଟରେ ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡିଥିବା ଦେଖିବାକୁ ମିଳିଛି। ଫଳରେ ହାଇଓ୍ବା ରେ ଥିବା ହେଲପର ଗୁରୁତର ହୋଇ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତାଙ୍କର ଏକ ଗୋଡ ନଷ୍ଟ ହୋଇଯାଇଥିବା ରୁ କରାଯାଇଥିବା ସୂଚନା ମିଳୁଛି। ଆହତ ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇ ଖୋର୍ଦ୍ଧା ହସପିଟାଲରେ ଚିକିତ୍ସା ହେଉଛନ୍ତି। ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିବା ଏସ୍ଆଇ ଦିପାଲିସା ନାୟକ ଜଣାଇଛନ୍ତି। ସନ୍ଧ୍ୟା ସୁଦ୍ଧା ଓଲଟି ପଡ଼ିଥିବା ଗାଡ଼ିକୁ ରାସ୍ତା ନିକଟରୁ ଉଠା ଯାଇଛି।
Nalco
Leave A Reply