Odisha news

ଯୁବ ରେଡକ୍ରସ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ଧବିଶ୍ୱାସ, କୁ-ସଂସ୍କାର ଦୂରିକରଣ କୁ ନେଇ ସଚେତନତା ଶିବିର

0
ବାଲିଗୁଡ଼ା, ତା,୨୫/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ):  ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ତରଫରୁ ଅନ୍ଧ ବିଶ୍ୱାସ, କୁ-ସଂସ୍କାର ଦୂରୀକରଣ ପାଇଁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରବଣ କୁମାର ସାହୁକାର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.ମଧୁ ସୁଦନ ମହାପାତ୍ର, ପରାମର୍ଶ ଦାତା ଶଙ୍କର ଦଳାଇ ବରିଷ୍ଠ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା, ମନସ୍ତତ୍ତ୍ବବିତ ଅନ୍ୱେଷା ମହାପାତ୍ର, ଅଧ୍ୟାପକ ସରୋଜ କୁମାର ପାଠୀ, ହିମାଂଶୁ ଚରଣ ସାହୁ ପ୍ରମୁଖ ଯୋଗଦେଇ ଅନ୍ଧବିଶ୍ୱାସ ଏବଂ କୁ -ସଂସ୍କାର ଦୂରୀକରଣ ନେଇ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ l ଶେଷରେ ଲୋକ କଳାକାର ଆନନ୍ଦେଶ୍ୱର ବେହେରଦଲାଇ ଲୋକ ନାଟ୍ୟ ମାଧ୍ୟମ ରେ ଜନ ସଚେତନ କରିଥିଲେ l ଏହି ସଚେତନତା କାର୍ଯ୍ୟକ୍ରମ ରେ ବାରଖମା, ସାରଙ୍ଗଡ, ତୁମୁଡ଼ିବନ୍ଧ, ବାଲିଗୁଡା ର ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଳି ୨୨ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୨୦ ଜଣ ଶିବିରାର୍ଥି କାଉନସିଲରଙ୍କ ସହ ଯୋଗ ଦେଇଥିଲେ।
Ad2
Leave A Reply