Odisha news

୪ ମହାଦୀପ ରେ ମୋଦୀ ଙ୍କର ୪ ଦିଗ୍ଗଜ : କଣ ମୋଦୀ ଖେଳିବେ କି ମାଷ୍ଟର ଷ୍ଟ୍ରୋକ

0

ଭାରତ ର କୂଟନୀତି ଆଜିକାଲି ଖୁବ ସକ୍ରିୟ ହୋଇଯାଇଛି, ବିଜେପି ସରକାରର  ଚାରି ବଡ଼ ଚେହେରା ଅଲଗା ଅଲଗା ମହାଦୀପ ଗସ୍ତରେ ଯାଇଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଚୀନ ରେ ଅଛନ୍ତି,  ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ରୁଷ ଗସ୍ତରେ ଯାଇଛନ୍ତି, ଏବଂ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଜାପାନ ଗସ୍ତରେ ଯାଇଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କାନାଡ଼ା ଓ ଆମେରିକା ଗସ୍ତରେ ଯାଉଛନ୍ତି, ଏହି ଗସ୍ତ ର ଏଜେଣ୍ଡା ଅଲଗା ଅଟେ, କିନ୍ତୁ ଏହା ପଛରେ ଭାରତର ରଣନୀତି ଓ ଆର୍ଥିକ ହିତ ଜଡିତ l

ଅଜିତ ଡୋଭାଲ ଙ୍କ ଚୀନ ଗସ୍ତ : – ଅଜିତ ଡୋଭାଲ ଚୀନ ଗସ୍ତ ସବୁଠୁ ଅଧିକ ମହତ୍ଵପୁର୍ଣ, ଡୋଭାଲ ୨ଦିନିଆ ଚୀନ ଗସ୍ତରେ ଅଛନ୍ତି, ଏଠାରେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ କୁ ନେଇ ବିଶେଷ ପ୍ରତିନିଧି ମଣ୍ଡଳ ଙ୍କ ସହିତ ଆଲୋଚନା ଚାଲିଛି, ଏହି ଆଲୋଚନା ଏଭଳି ସମୟରେ ଚାଲିଛି ଯେତେବେଳେ ଦୁଇ ଦେଶ ଙ୍କ ସମ୍ପର୍କ ରେ  ସୁଧାର ଆସୁଛି l ଡୋଭାଲ ଙ୍କ ଆଲୋଚନା ସୀମାରେ ଶାନ୍ତି ସ୍ଥିରତା ମୁଖ୍ୟ ଉଦେଶ୍ୟ, ଶୀ ଜିନପିଙ୍ଗ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି , ଯାହାକୁ ଗୁରୁତ୍ୱପୂର୍ଣ ବୋଲି ଗ୍ରହଣ କରାଯାଉଛି l

ରୁଷ ରେ ଜୟଶଙ୍କର ମିଶନ : – ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ରୁଷ ଗସ୍ତରେ ଯାଇଛନ୍ତି, ସେ ସେ ମସ୍କୋ ରେ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁତିନ ଙ୍କ ସହିତ ସାକ୍ଷାତକାର କରିଛନ୍ତି, ଦୁଇ ଦେଶ ଙ୍କ ମଧ୍ୟରେ ଆର୍ଥିକ ସହଯୋଗ କୁ ନେଇ ଚର୍ଚା ହୋଇଛି, ଜୟଶଙ୍କର କହିଛନ୍ତି ଭାରତ ଓ ରୁଷ ମଧ୍ୟରେ ଆର୍ଥିକ ସହଯୋଗ ଖୁବ ବଢିଛି l ଜୟଶଙ୍କର ଙ୍କ ଗସ୍ତ ବାଣିଜ୍ୟ ଓ ଆର୍ଥିକ ସମ୍ବନ୍ଧ ସହିତ ରଣନୀତି ସମ୍ବନ୍ଧ ପାଇଁ ମୁଖ୍ୟ ଅଟେ l

ଜାପାନ ରେ ଗୋୟଲ ଙ୍କ ମୁଖ୍ୟ ଫୋକସ : –  ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ୨୪ ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯାଇଛନ୍ତି, ୨୦୦ ରୁ ଉର୍ଧ୍ଵ ବାଣିଜ୍ୟିକ କାର୍ଯ୍ୟକ୍ରମ ର ନେତୃତ୍ୱ କରୁଛନ୍ତି, ଗୋଏଲ ଗସ୍ତ ରେ ନିବେଶ ଓ ବ୍ୟବସାୟ ସବୁଠୁ ବଡ଼ ମୁଦା , ସେମି କଣ୍ଡକ୍ଟର, ଅଟୋ ମୋବାଇଲ , ସ୍ଵଛ ଉର୍ଜା, ଷ୍ଟିଲ ଓ ଯାନ୍ତ୍ରିକ କ୍ଷେତ୍ରରେ ଅଧିକ ସହଯୋଗ ରହିବାର ଆଶା ରହିଛି l ଜାପାନ , ଭାରତ ପାଇଁ ଯାନ୍ତ୍ରିକ ଓ ନିବେଶ ର ମହତ୍ଵପୁର୍ଣ ସହଯୋଗ ରହିବ l

କାନାଡ଼ା ଓ ଆମେରିକାରେ ବିତ ମନ୍ତ୍ରୀ ସୀତା ରମଣ : – ଅର୍ଥ ମନ୍ତ୍ରୀ ନିର୍ମଳ ସୀତା ରମଣ ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ କାନାଡ଼ା ଓ ଆମେରିକା ଗସ୍ତରେ ରହିବେ, କାନାଡ଼ା ରେ ସେ ଆର୍ଥିକ ଓ ବିତିୟ ସମ୍ବାଦ ରେ ଅଂଶ ଗ୍ରହଣ କରିବେ, ଆମେରିକା ରେ ସେ G 20 ବିତ ମନ୍ତ୍ରୀଙ୍କ ବୈଠକ ରେ ଭାରତ ର ପ୍ରତିନିଧିତ୍ବ କରନ୍ତି l ତାଙ୍କ ଗସ୍ତର ମୁଖ୍ୟ ଫୋକସ ଓ ଆର୍ଥିକ ସମ୍ପର୍କ ଅଟେ, ଭାରତର ଲକ୍ଷ ବିଦେଶୀ ନିବେଶ ବଢାଇବା l

ଲକ୍ଷ ରହିଛି ଯେ ଭାରତ ଏକ ସାଙ୍ଗରେ ଅନେକ ମୋର୍ଚା ରେ କାମ କରୁଛି, ସରକାରଙ୍କର ଚେଷ୍ଟା ରହିଛି ସୁରକ୍ଷା ସହିତ ବ୍ୟବସାୟ ମଧ୍ୟ ମଜବୁତ ହେବ l  ନୂଆ ନିବେଶ ର ରାସ୍ତା ଖୋଲିବ l ଏହି କାରଣରୁ ରାସ୍ତା ଖୋଲିଯିବ, ଏହି କାରଣରୁ ଡୋଭାଲ , ଜୟଶଙ୍କର , ଗୋଏଲ ଓ ସୀତା ରମଣ ଙ୍କ ବିଦେଶ ଏହି କାରଣରୁ ବିଶେଷ ମହତ୍ଵପୁର୍ଣ ଅଟେ l

Ad2
Leave A Reply