ଠାକୁରମୁଣ୍ଡା ତା ୬/୧୦ : ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ପୃଷ୍ଟି ଶସ୍ୟ ଖାଦ୍ୟ ମେଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସି ୱାଇ ଏସ ଡି ପ୍ରକ୍ଷରୁ ଆୟୋଜିତ ହୋଇଯାଇଛି।ଓଡିଶା ମିଲେଟ ମିଶନ ମାଧ୍ୟମ ରେ ଲୋକ ମାନେ ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଖାଇ ପାରିବେ ସେ ନେଇ ଖାଦ୍ୟ ମେଳା ଆୟୋଜିତ କରାଯାଇ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ଖାଦ୍ୟ ମେଳାରେ ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ମାଣ୍ଡିଆ ରୁ ପ୍ରସ୍ତୁତ ୬ ପ୍ରକାର ଖାଦ୍ୟ କୁ ଉପସ୍ଥିତ ଲୋକ ମାନଙ୍କୁ ଖାଇବାକୁ ଦିଆ ଯାଇଥିଲା।ଏହି ଅବସର ରେ ମୁଖ୍ୟ ଅଥିତି ଭାବେ ସିଡିପିଓ ଶ୍ରୀମତି ସ୍ନେହଲତା ସେଠି, ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତ, ସହକାରୀ କୃଷି ଅଧିକାରୀ ବିଶ୍ବଭଷଣ ନାୟକ, ବି ପି ସି ମିଶନ ଶକ୍ତି , ବି ପି ଏମ୍ ଅ ଅଲ୍ ଏମ୍ ଯୋଗଦେଇଥିଲେ। ସି ୱା ଏସ ଡି, ମୂର୍ଗଶୁଣି କୃଷକ ଉତ୍ପାଦକ କମ୍ପାନୀ ର ସମସ୍ତ କର୍ମକର୍ତ୍ତା ଜଗଦେଇ ମେଳା ରେ ସହଯୋଗ କରିଥିଲେ। ମେଳା ରେ ମୂର୍ଗଶୁଣି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ମାଣ୍ଡିଆ ଗୁଣ୍ଡ, ସେଓ, ଜୈବିକ କୀଟନାଶକ, ମଞ୍ଜି ଇତ୍ୟାଦି ସୁଲଭ ମୂଲ୍ୟ ରେ ଯୋଗାଇ ଦିଆଯାଇଥିଲା। ମିଲଟ ମିଶନ ର କାର୍ଯ୍ୟକରିତା ଏବଂ କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ କେଉଁ ସବୁ ସୁବିଧା ଚାଷୀ ଙ୍କୁ ଉପଲଦ୍ଧ କରାଯାଉଛି ସେ ବିଷୟରେ ବ୍ଲକ କୃଷି ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଠାକୁରମୁଣ୍ଡା ଅଞ୍ଚଳରେ ବିଭିନ୍ନ ଗ୍ରାମରେ କୃଷକ ମାନଙ୍କୁ ନେଇ ଚାଷ କରା ଯାଇଥିବା ଜଂଜଳା, ଗୁଳୁଦି ର ଶସ୍ୟ କେଣ୍ଡା କୁ ପଦର୍ଶନ କରାଯାଇଥିଲା।