ଆସିକା : ଗାଙ୍ଗପୁର ଥାନା ଅନ୍ତର୍ଗତ ପଣସ ପଲ୍ଲୀ ଗ୍ରାମ ରେ ୨୦୧୨ଅପ୍ରେଲ ୧ ତାରିଖ ରେ ବିଧବା ବୋହୁ ମନାଶ ବିଷୋୟୀ କୁ ଯୌତୁକ ନିର୍ଯ୍ୟାତନା ଦେବା ସହିତ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଘର ପଛ ପଟେ ପୋଡି ଦେବା ମାମଲା ର ୧୧ ବର୍ଷ ପରେ ଗୁରୁବାରଦିନ ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଆସିକା ଅତିରିକ୍ତ ଜିଲା ଓ ଦୌରା ଜର୍ଜ ଏହି ମାମଲା ଏସ ଟି ୧୨୦/୧୩ ର ବିଚାର କରି ଶାଶୁ ଦମୟନ୍ତି ବିଷୋୟୀ କୁ ସାତ ବର୍ଷ ସଶ୍ରମ କରାଦଣ୍ଡ ରେ ଦଣ୍ଡିତ କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ସହଯୋଗ କରିଥିବା ଦିଅର ନିକୁଞ୍ଜ ବିଷୋୟୀ କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ଏହି ମାମଲା ରେ ଗିରଫ ହୋଇଥିବା ଶ୍ୱଶୁର ପଞ୍ଚାନନ ବିଷୋୟୀ ଓ ଦିଅର ବାବୁଲା ବିଷୋୟୀ ର ବିଚାରଣ ଚାଲିଥିବା ସମୟରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଦିଅର ଘନଶ୍ୟାମ ବିଷୋୟୀ ଓ ଡ୍ରାଇଭର ବିଷୋୟୀ କୁ ପ୍ରମାଣ ଅଭାବ ରୁ ନିର୍ଦୋଷ ରେ ଖଲାସ କରିଛନ୍ତି। ତଦନ୍ତକାରୀ ଅଧିକାରୀ ତାରିଣୀ ଚରଣ ଆଚାର୍ଯ୍ୟ ଓ ଦୀନବନ୍ଧୁ ବେହେରା ଙ୍କ ସମେତ ୧୪ ଜଣଙ୍କ ସାକ୍ଷ ପ୍ରମାଣ କୁ ଆଧାର କରି ଏଡିଜେ ପ୍ରବୀର କୁମାର ଚୌଧୁରୀ ଏହି ରାୟ ଶୁଣାଇଛନ୍ତି। ମନାଶ ବିଷୋୟୀ କୁ ତାର ସ୍ୱାମୀ ବିନୋଦ ର ମୃତ୍ୟୁ ପରେ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶାଶୁ ଦମୟନ୍ତି ଶ୍ୱଶୁର ପଞ୍ଚାନନ ଦିଅର ନିକୁଞ୍ଜ, ବାବୁଲା, ଘନଶ୍ୟାମ, ଡ୍ରାଇଭର ଙ୍କ ନାମରେ ମୃତକ ର ଭଉଣୀ ସଂଯୁକ୍ତା ନାୟକ ର ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନା ରେ ଏକ ମାମଲା ୩୮/୧୨ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।