ବାଲିପାଟଣା ୦୬/୧୦ : ବାଲିପାଟଣା ଥାନା ଅଞ୍ଚଳ ଏବେ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। ବିସ୍ତ୍ରିନ୍ନ ଅଞ୍ଚଳକୁ ଗୋଟିଏ ଥାନା ଓ ଗୋଟିଏ ଫାଣ୍ଡି। ସ୍ୱଳ୍ପ ସଂଖ୍ୟକ ପୋଲିସ କର୍ମଚାରୀକୁ ରାତ୍ରି କାଳୀନ ପେଟ୍ରୋଲିଙ୍ଗ ପାଇଁ ଆବଶ୍ୟକ ସଂଖ୍ୟକ ଗାଡ଼ି ନାହିଁ,।ବାଲିପାଟଣା ଥାନା ଚାଲିଛି ନାହିଁ ନାହିଁ ରେ, ଏହି ବାହାନାରେ ପୋଲିସ ନିଜ ଉପରୁ ଦୋଷ ଖସାଇ ଦେଉଛି। ଯାହାର ଉଦାହରଣ ବନମାଳିପୁର ଫାଣ୍ଡି ଅଧିନ ଖଇରିପୁର ଗ୍ରାମରୁ ଜଣାପଡୁଛି।ଗତ ବୁଧବାର ଓ ଗୁରୁବାର ବିଳମ୍ବିତ ରାତ୍ରିରେ ଗ୍ରାମର ଭଗବାନ ଓଝାଙ୍କ ଘର ଉପରକୁ କେହି ଦୁବୃତ୍ତ ବୋମାମାଡ କରି ଫେରାର ହୋଇ ଯାଇଛନ୍ତି । ବୋମାମାଡରେ ଭଗବାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । କିଏ ଏବଂ କାହିଁକି ବାରମ୍ଵାର ବୋମାମାଡ କରିଛି ତାହା ଜଣାପଡି ନାହିଁ । ଭଗବାନ୍ ବାଲିପାଟଣା ଥାନାକୁ ଆସି ଅଭିଯୋଗ ଦେବା ପରେ, ଆଇ ଆଇ ସି ଓମ୍ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ରାକେଶ କୁମାର ସାମଲ ଆଜି ଦିନ ୧୧ ଟାରେ ତଦନ୍ତ ପାଇଁ ଭଗଵାନଙ୍କ ଘରେ ପହଞ୍ଚିଥିଲେ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ବୁଧବାର ରାତ୍ରି ପ୍ରାୟ ସାଢେ ଗୋଟାଏରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଭି ଥିଲା । ସଙ୍ଗେ ସଙ୍ଗେ ଘର ସାରା ଧୂଆଁ ମୟ ହୋଇଯାଇଥିଲା । ପରିବାର ଲୋକ ଅଣ ନିଶ୍ୱ।ସି ହୋଇ ବାହାରକୁ ଆସିବା ପରେ ବୋମାମାଡ ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣା ସ୍ଥଳରେ ବୋମାରେ ବ୍ୟବହୃତ ସୂତୁଲି ପଡ଼ି ରହିଥିଲା । କିଏ ଓ କାହିକି ବୋମା ମାଡ଼ କଲା, ଏ ବିଷୟରେ ପରିବାର ଲୋକେ କିଛି ବୁଝି ପାରୁ ନାହାନ୍ତି। ଏବେ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।କିଛି ଗ୍ରାମ ବାସି କୁହନ୍ତି ଆତଙ୍କ ସୃଷ୍ଟି ଉଦ୍ୟେଶ୍ୟରେ ଦୁବୃତ୍ତମାନେ ବୋମାମାଡ କରିଥିବା ଅନୁମାନ କରାଯାଉଛି ।ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଶେଷ ଖବର ଅନୁଯାୟି ପୋଲିସ ଜଣ ଙ୍କୁ ଅଟକ ରଖି ପଚରାଉଚରା କରୁଛି ।