Odisha news

ସାଇବର ଠକେଇ ରୋକିବା ପାଇଁ ବଡଚଣାରେ ବୁଲିଲା ସଚେତନତା ରଥ

0
ଚଣ୍ଡିଖୋଲ ;  ସାଇବର ଠକେଇ ସାମ୍ପ୍ରତିକ ସମୟରେ ଶାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି! ସାଇବର ଠକ ଓ ଠକାମୀ ସସ୍ଥା ଜାଲରେ ପଡି ଲକ୍ଷ ଲକ୍ଷ ନିରିହ ଲୋକ କୋଟି କୋଟି ଟଙ୍କା ହରାଇ ସର୍ବଶାନ୍ତ ହେଉଛନ୍ତି! ଏହି ଘଟଣା ଏବେ ଦେଶର ସମଗ୍ର ପୋଲିସ ବ୍ୟବସ୍ଥା ଗୁଡିକ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି! ମହାମାରୀ ଶଦୃସ ଏହି ସାଇବର ଠକେଇକୁ ରୋକିବା ପାଇଁ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଜନ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଇ ସାରା ଦେଶରେ ସଚେତନତା ରଥ ବୁଲୁଛି! ଏହି ପରିପେକ୍ଷୀରେ ଶୁକ୍ରବାର ଦିନ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାରେ ବୁଲୁଥିବା ସାଇବର ସଚେତନତା ରଥ ବଡଚଣାରେ ପହଞ୍ଚିବା ପରେ ଜନ ସାଧାରଣଙ୍କ ପକ୍ଷରୁ ଏହି ରଥକୁ ସମ୍ବର୍ଦ୍ଧନା ଦିଆଯାଇଥିଲା! ବଡଚଣା।ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଚଣ୍ଡିଖୋଲ, ଧାନମଣ୍ଡଳ ଓ କୁନ୍ଦଳ ଠାରେ ଏହି ସାଇବର ସଚେତନତା ରଥକୁ ସ୍ୱାଗତ କରାଯାଇ ପଥପ୍ରାନ୍ତ ସଚେତନତା ସଭାର ଆୟୋଜନ କରାଯାଇଥିଲା!ଏହି ସମସ୍ତ ସଭାରେ ଥାନା ଅଧିକାରୀ ଶ୍ରୀ ପାତ୍ର ଉପସ୍ଥିତ ରହି ସାଇବର ଠକଙ୍କ ଠାରୁ ଦୂରେଇ ରହିବାର ବିଭିନ୍ନ ଦିଗ ଓ ସୂତ୍ର ସମ୍ପର୍କରେ ଲୋମାନଙ୍କୁ ବୁଝାଇଥିଲେ! ବିଶେଷକରି ମୋବାଇଲରେ ବିଭିନ୍ନ ଆପ ମାଧ୍ୟମରେ ଠକମାନେ ପ୍ରଲୋଭିତ କରି ଲୁଟୁଥିବାରୁ ସେଥିପ୍ରତି ସତର୍କ ରହିବାକୁ ସେ ଗୁରୁତ୍ୱାରୋପ କରିଥିଲେ! ଏଥିସହ ପଥପ୍ରାନ୍ତ ନାଟକ,ନୃତ୍ୟ ଗିତ ଆୟୋଜନ କରାଯାଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦିଆଯାଇଥିଲା! ବଡଚଣା ପୋଲିସ ଓ ସ୍ଥାନୀୟ ଲୋକ ପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହଯୋଗରେ ସମସ୍ତ ସ୍ଥାନରେ ଅନୁଷ୍ଟିତ ଏହି ସଚେତନତା କାର୍ଯ୍ୟକ୍ରମକୁ ଜନସାଧାରଣରେ ବେସ ଆଦୃତ ହୋଇଥିବା ଦେଖାଯାଇଥିଲା!
Ad2
Leave A Reply