Odisha news

ଦିବ୍ୟାଙ୍ଗଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ତିନି-ଚକିଆ ଇଲେକ୍ଟ୍ରିକ ସ୍କୁଟର ପ୍ରଦାନ

0

ବାରିପଦା   : ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ (ନିଜ ସାଂସଦ-ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠିର ଉପଯୋଗ କରି) ତିନିଚକିଆ ବିଦୁ୍ୟତ / ବ୍ୟାଟେରୀ ଚାଳିତ ସ୍କୁଟର ବିତରଣ କରିଛନ୍ତି । ଶୁକ୍ରବାର ଦିନ ସ୍ଥାନୀୟ “ବଜାର ଇଣ୍ଡିଆ’ ପରିସରରେ ଏ ଉପଲକ୍ଷେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁ ଜିଲ୍ଲାର ବିଭିନ୍ନ ଭାଗରୁ ଆସିଥିବା ନଅ ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଏହି ଯାନ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ଦିବ୍ୟାଙ୍ଗଙ୍କୁ ଏପରି ଯାନ ପ୍ରଦାନ କରାଯିବ ବୋଲି ସେ ସୂଚନା ମଧ୍ୟ ଦେଇଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଇନଚାର୍ଜ ଡାଃ ଜ୍ଞାନ ରଞ୍ଜନ ମହାନ୍ତି, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ଛୋଟଲାଲ ମହାନ୍ତ, କବିବିଷ୍ଣୁ ଶତପଥୀ, ଫାଗୁ ହାଁସଦା, ଲକ୍ଷ୍ମୀଧର ହାବଡା, ବିଜୟ କୁମାର ଦାସ, ଦେବାନନ୍ଦ ମୁର୍ମୁ, ଦେବବ୍ରତ ସାମଲ, ହେମନ୍ତ କୁମାର ସାହା ପ୍ରମୁଖ ଉପସ୍ଥିତ ଥିଲେ । ଉପକୃତ ଦିବ୍ୟାଙ୍ଗଙ୍କ ମଧ୍ୟରେ ମଥୁରା ହାଁସଦା (କପ୍ତିପଦା), ମହେଶ୍ୱର ସାହୁ (ଉଦଳା), ସରଳ ବିଶ୍ୱାଳ (ଗଡିଗାଁ, ଖୁଣ୍ଟା), ବାମନ ସାହୁ (କେରକୋ), ବାସୁଦେବ ବାରିକ (ରାସଗୋବିନ୍ଦପୁର), ଜୟନ୍ତ ମିଶ୍ର (ସାଇଁକୁଳା), ବିଶ୍ୱେଶ୍ୱର ଟୁଡୁ (ରାଇରଙ୍ଗପୁର), କାମବେ ବାସ୍କେ (ବିଶୋଇ) ଓ ବାର୍ସା ମୁର୍ମୁ (କୁସୁମୀ) ସ୍ଥାନ ପାଇଥିବା ଜଣାଯାଇଛି ।

Nalco
Leave A Reply