ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମ ଜୟନ୍ତୀକୁ ଛୁଟି ଘୋଷଣା ଦାବୀ : ଓଡିଆ ଜାଗରଣ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ବାରିପଦା : ନବ ଉକôଳର ଅନ୍ୟତମ ନିର୍ମାତା, ଉକôଳ ସମ୍ମିଳନୀର ପ୍ରଥମ ସଭାପତି ତକôାଳୀନ ମୟୂରଭଂଜ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ଜନ୍ମ ଜୟନ୍ତୀ ଡିସେମ୍ବର ୧୭ତାରିଖକୁ ପ୍ରତିବର୍ଷ ସରକାରୀ ଛୁଟି ଘୋଷଣା କରାଯିବା ଦାବୀ ନେଇ ବିଭିନ୍ନ ସମୟରେ ଓଡିଆ ଜାଗରଣ ମଂଚ ଏବଂ ଅନ୍ୟାନ୍ୟ ସଂଗଠନ ଏବଂ ଜିଲ୍ଲାର ଜନସାଧାରଣଙ୍କ ପକ୍ଷରୁ ଦୀର୍ଘଦିନରୁ ଦାବୀ ହୋଇ ଆସୁଛି । ତେବେ ଭାରତ ବର୍ଷର ଏହି କିର୍ତ୍ତିମାନ ପ୍ରତିଭାଙ୍କୁ ସ୍ମରଣୀୟ କରି ରଖିବା ଉଦେ୍ଦଶ୍ୟରେ ଯଥାଶୀଘ୍ର ତାଙ୍କର ଜନ୍ମ ଜୟନ୍ତୀ ଡିସେମ୍ବର ୧୭ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିବା ପାଇଁ ଆଜି ଓଡିଆ ଜାଗରଣ ମଂଚ ପକ୍ଷରୁ ଏକ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ମଂଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପିତାମ୍ବର ମଲ୍ଲିକ, ଭାଗବତ ପଣ୍ଡା, ଉଦୟ ନାଥ ଜେନା, ଗୋଲକ ଚନ୍ଦ୍ର ମହାନ୍ତି, ଇନ୍ଦୁମତି ମହାନ୍ତି, କବିତା ବେହେରା ଓ ବିଷ୍ଣୁପ୍ରିୟା ଦାସଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି ।