Odisha news

ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପାଞ୍ଚଦିବାସୀୟ ତାଲିମ ଶିବିର ଉଦ୍ଘାଟିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ସ୍ଥାନୀୟ ଲାଲ ବଜାର ପ୍ରାଥମିକ ବିଦ୍ୟାଳୟ ଠାରେ ପାଞ୍ଚଦିବାସୀୟ ଆବାସିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟ କ୍ରମକୁ ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଅଭିଭାବକ ମାନଙ୍କ ନିଷ୍ଠାପର କର୍ତ୍ତବ୍ୟ ଉପରେ ପିଲାମାନଙ୍କର ଭବିଷ୍ୟତ ନିର୍ଭର କରିଥାଏ । ଏଣୁ ପିଲାନଙ୍କ ଭବିଷ୍ୟତ ଉଜ୍ୱଳ ପାଇଁ ନିରନ୍ତର ଚେଷ୍ଟା କରିବା ଉଚିତ । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ୨୬ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ଏହି ପାଞ୍ଚଦିବାସୀୟ ଆବାସିକ ତାଲିମ ଶିବିରରେ ଯୋଗ ଦେଇଛନ୍ତି । ଏହି ତାଲିମ ଶିବିରରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ବୌଧିକ, ମାନସିକ, ଶାରୀରିକ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ତାଲିମ ପ୍ରଦାନ କରାଯାଉଅଛି । ସେହିପରି ବାକଶକ୍ତି ବାଧିତ ଛାତ୍ରଛାତ୍ରୀ ମାନେ କିପରି ଭାଷା ମାଧ୍ୟମରେ କଥା କହିପାରିବେ ଓ ସାଙ୍କେତିକ ଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ଅଛି । ଏହି ତାଲିମ ଶିବିରଟି ୬ତାରିଖ ଠାରୁ ଆରମ୍ଭ ହୋଇ ୨୦ତାରିଖ ପର୍ଯ୍ୟନ୍ତ ତିନିଗୋଟି ପରଜାୟରେ ଚାଲୁ ରହିବ । ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ସାଧନ କର୍ମୀ ବାରିପଦାର ରେଖାରଣୀ ଦାସ, ତିରିଙ୍ଗିର କିଶୋର କୁମାର ସାହୁ ଓ ଉଦଳାର କମଲା କାନ୍ତ ସାରଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଅଛି । ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ଶିବିରଟି ପରିଚାଳିତ ହେଉଅଛି ।

Leave A Reply