ତେଲକୋଇ-ତେଲକୋଇ ବନାଚଳ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ ।ଅମଳ ସମୟରେ ପାଚିଲା ଧାନ ଫସଲକୁ ଖାଇବା ସହ ମାଡିଦଳି ନଷ୍ଟ କରୁଛନ୍ତି ।ଫଳରେ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।ଭିମକାଣ୍ଡ ପଞ୍ଚାୟତ କାଣ୍ଡପଶି ଗାଁରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଏକର ଏକର ପାଚିଲା ଧାନ ଫସଲ ନଷ୍ଟ କରି ଦେଇଛନ୍ତି ।ଗାଁର ତପନ ଦେହୁରୀ,ଯୁଗଳ ମହାକୁଡ଼,କିର୍ତିନ ମହାକୁଡ,ରଙ୍ଗା ମହାକୁଡ଼, ପ୍ରମୋଦ ମହାକୁଡ଼,ଶିବ ମହାକୁଡ଼,ମୁକୁନ୍ଦ ମହାକୁଡ଼ ଙ୍କୁର ଜମିରେ ଧାନ ଫସଲକୁ ନଷ୍ଟ କରିଛନ୍ତି ।ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ବେଳେ ଲୋକଙ୍କ ଫସଲକୁ ସୁରକ୍ଷା ଦେବାରେ ମଧ୍ୟ ଅସଫଳ ଥିବା ଚାଷୀ ଅଭିଯୋଗ କରିଛନ୍ତି । ଧାର କରଜ କରି ଚାଷ କରିଥିବା ଫସଲ ସବୁ ହାତୀ ଙ୍କ ଯୋଗୁଁ ଉଜୁଡି ଯାଉଥିବାରୁ କେମିତି ୠଣ ପରିଶୋଧ କରିବେ ସେନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛି ।କ୍ଷତିଗ୍ରସ୍ତ ଚାଷୀ ଙ୍କୂ ବନ ବିଭାଗ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଦାବି କରିଛନ୍ତି।