Odisha news

ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ : ବ୍ରିଜରେ ବାଡ଼େଇ ହୋଇ ଚାଳକଙ୍କ ମୃତ୍ୟୁ

0
ବାଲିଗୁଡା  :  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ କାନ୍ଥରେ ବାଡ଼େଇ ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଗୁଡ୍ରିପଡ଼ି ଗ୍ରାମରୁ ବାହାରି ଗୁଟିଙ୍ଗିଆ ଅଭିମୁଖେ ମୋଟରସାଇକେଲରେ ତିନି ଜଣ ଆସୁଥିବାବେଳେ ଗୁଟିଙ୍ଗିଆ ନିକଟ ଏକ ବ୍ରିଜର ବାଡ଼ରେ ପିଟିହୋଇ ବ୍ରିଜ୍ ତଳେ ପଡିଯାଇ ଥିଲେ । ଏଥିରେ ବାଇକ ଚାଳକ ଗୁଡ୍ରିପଡ଼ି ଗ୍ରାମର ବିବେକାନନ୍ଦ ନାଏକ (୨୪)ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଅନ୍ୟ ଦୁଇ ଜଣ ଶିମନ ଦିଗାଲ ଏବଂ ଅଭିଜିତ ଅଳ୍ପକେ ବର୍ତ୍ତିଛନ୍ତି । ଗୁରୁତର ଅବସ୍ଥାରେ ଅଞ୍ଚଳବାସୀ ପ୍ରଥମେ ସମସ୍ତଙ୍କୁ ଗୁଟିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ବିବେକାନନ୍ଦ କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଦୁଇଜଣ ଗୁରୁତର ହୋଇ ଥିବାରୁ ଫୁଲବାଣୀ ମେଡିକାଲ କୁ ଆମ୍ବୁଲାନ୍ସ  ଯୋଗେ ପଠାଇଥିଲେ ।ଖବର ପାଇ ସାରଂଗଡ଼ ଥାନା ର ଏସ ଆଇ କୃଷ୍ଣ ଚନ୍ଦ୍ର ଗୌଡ଼ ଦୁର୍ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ କରିଥିଲେ ଏବଂ ସାରଂଗଡ଼ ଥାନାରେ କେସ ନମ୍ବର ୯୧/୨୦ ରେ ଏକ ମାମଲା ରୁଜ୍ଜୁ କରାଯାଇଛି ।

Leave A Reply