କନ୍ଧମାଳ, ତା, ୦୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବେରେଡ଼ାକିଆ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ରାଇକିଆ ଆଇ ସି ଡି ଏସ ପ୍ରକଳ୍ପର ସିଡିପିଓ ସଂଯୁକ୍ତା ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବେରେଡ଼ାକିଆ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ଯୋଗ ଦେଇ କିଶୋରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଏନଏମ ରେଖା ନାୟକ ଯୋଗ ଦେଇ ଦଶ ବର୍ଷରୁ ଉଣେଇସି ବର୍ଷର କିଶୋରୀ ମାନଙ୍କୁ ଶାରୀରିକ ସ୍ୱାସ୍ଥ୍ୟ ସୁରକ୍ଷା, ସାନିଟାରୀ ସ୍ୱଚ୍ଛତା ଉପରେ ଶିକ୍ଷା ଦେଇଥିବାବେଳେ ସେଥିରେ ଯୋଗ ଦେଇଥିବା ୩୫ ଜଣରୁ ଉର୍ଦ୍ଧ କିଶୋରୀ ମାନଙ୍କ ମଧ୍ୟରେ ଖେଲକୁଦରେ ପୂଚି ଖେଳ, ଡିଆଁ ଖେଳ ଓ ଝୋଟି ଅଙ୍କା ପ୍ରତିଯୋଗିତା କରାଯାଇ କୃତିପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବେରେଡ଼ାକିଆ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ଦିଦି ମାନଙ୍କ ସମେତ ସୁପରଭାଇଜର ଉଷାରାଣୀ ସାହୁ, ସୁରଭି ପ୍ରଧାନ ଓ ଉର୍ବଶୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l
