Odisha news

ବର୍ଦ୍ଧିତ ବିଦୁ୍ୟତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ଭଞ୍ଜସେନା ପକ୍ଷରୁ ନେସ୍କୋ ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାରେ ବର୍ଦ୍ଧିତ ବିଦୁ୍ୟତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ନେସ୍କୋ ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଏଠାରେ ବିପିଏଲ ପରିବାର ସଂଖ୍ୟା ଅଧିକ ଏବଂ କରୋନା ମହାମାରୀ ସାଧାରଣଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ସ୍ଥଳେ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ବୋଝ ଉପରେ ଲଳିତା ବିଡା ସଦୃଶ । ତେଣୁ ଯଥାଶୀଘ୍ର ମୟୂରଭଞ୍ଜ ଜିଲ୍ଲାରୁ ବିଦୁ୍ୟତ୍ ଶୁଳ୍କ ପ୍ରତ୍ୟାହାର କରାଯାଉ ଏବଂ ସାଧାରଣ ଉପଭକ୍ତାମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରାଯାଉ ।

ନଚେତ୍ ଆଗାମୀ ଦିନରେ ସମ୍ପୂର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାରେ ବକେୟା ବିଦୁ୍ୟତ୍ ଶୁଳ୍କ ଆଦାୟ କରିବାକୁ ଭଞ୍ଜସେନା ବିରୋଧ କରିବା ସହ ଭଞ୍ଜସେନାର ଏକପ୍ରତିନିଧି ଦଳ ଯଥାଶୀଘ୍ର ଶକ୍ତିମନ୍ତ୍ରୀଙ୍କୁ ସାକ୍ଷାତ୍ କରି ବର୍ଦ୍ଧିତ ବିଦୁ୍ୟତ୍ ଶୁଳ୍କ ପ୍ରତ୍ୟାହାର ଦାବୀ ସମ୍ବନ୍ଧରେ ଆଲୋଚନା କରିବ ଏବଂ ଶକ୍ତିମନ୍ତ୍ରୀ ଯଦି ଏବାବଦରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ତାଙ୍କୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବେଶ କରିବା ପାଇଁ ଦିଆଯିବ ନାହିଁ ବୋଲି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି ପ୍ରକାଶ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜସେନା ଜିଲ୍ଲା ସଭାପତି ଶ୍ରୀମାଇତିଙ୍କ ସମେତ କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଉପାଧ୍ୟକ୍ଷ ନିମାଁଇ ତ୍ରିପାଠୀ, ରାକେଶ ବେହେରା, ରାକେଶ ମହାନ୍ତି, ସାମନ୍ତ ଶେଖର ପାଲ, ପ୍ରଶାନ୍ତ ମହାକୁଡ, ଜ୍ୟୋତିରଞ୍ଜନ ପୃଷ୍ଟି, ସୌମ୍ୟରଞ୍ଜନ ମିଶ୍ର, ଏସକେ ରାଜାଖାନ୍, ପ୍ରୀତମ ପଣ୍ଡା, ଧନଞ୍ଜୟ ସାହୁ, ରବିନ୍ଦ୍ର ସାହୁ, ରବୀନ୍ ମହାନ୍ତି, ଗଣେଶ ମହାନ୍ତି, ଶିବ୍ଶଙ୍କର ପାତ୍ର, ସତ୍ୟନାରାୟଣ ଜୀଉ, ସତ୍ୟବ୍ରତ ଧଳ, ଦୀପକ୍ ସିଂ ଓ ଶୁଭମ୍ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply