ବାଲିଗୁଡା, ତା, ୨୯/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ଦିନକୁ ଦିନ ଛୋଟ ବଡ଼ ଧରଣର ଚୋରୀ ହେଉଥିବାରୁ ପୋଲିସ ତପ୍ତର ହୋଇ ଏକ ଚୋରୀ କେଶ ର ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ପୋଲିସ ବୁଧବାର ସନ୍ଧ୍ୟା ରେ ପ୍ରକାଶ କରିଛି l ଘଟଣା ରୁ ପ୍ରକାଶ ଯେ, ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ୭.୧୫ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଭାରଟିପଡ଼ାର ନୂଆସାହି ସ୍ଥିତ ରଘୁନାଥ ପୂଜାରୀଙ୍କ ପତ୍ନୀ କୁନ୍ତୀ ପୂଜାରୀ (୪୦ ବର୍ଷ) ଥାନାରେ ହାଜର ହୋଇ ଏକ ଲିଖିତ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଅଭିଯୋଗକାରୀ କୁନ୍ତୀ ପୂଜାରୀ ପନିପରିବା ବ୍ୟବସାୟ କରି ନିଜର ଜୀବିକା ନିର୍ବାହ କରୁଛନ୍ତି ଏବଂ ତାଙ୍କ ସ୍ୱାମୀ ଶ୍ରମିକ କାମ ପାଇଁ ବାଲିଗୁଡ଼ା ବାହାରକୁ ଯାଇଛନ୍ତି। ଘଟଣା ଦିନ ଅର୍ଥାତ୍ ୨୫.୬.୨୦୨୬ ସକାଳ ପ୍ରାୟ ୮.୦୦ ସମୟରେ ସୂଚନାଦାତା ଏବଂ ତାଙ୍କ ପୁଅ ପ୍ରଶାନ୍ତ ପୂଜାରୀ ସେମାନଙ୍କ ବ୍ୟବସାୟିକ କାମ ପାଇଁ ବାଲିଗୁଡ଼ା ବଜାରକୁ ଯାଇଥିଲେ ଏବଂ ତାଙ୍କ ଘରେ କେହି ଉପସ୍ଥିତ ନଥିଲେ। ଏହି ସୁଯୋଗରେ ପ୍ରାୟ ଦିନ ୧୧.୫୫ ସମୟରେ ଅଭିଯୁକ୍ତ ସୋନୁ ପ୍ରଧାନୀ ଏବଂ ତାଙ୍କ ସହଯୋଗୀ ସୁବାହମ କୁମାର ନାୟକ ଘରର ସୀମା କାନ୍ଥ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲେ ଏବଂ ଘରର ଛାତ ଉପରେ ପଡ଼ିଥିବା ଏକ କାଠ ପଟା ସାହାଯ୍ୟରେ ଭିତର ଦ୍ୱାରର ଚଳନ୍ତା ତାଲା ଭାଙ୍ଗି ପ୍ରାୟ ୨୦,୦୦୦/-(କୋଡ଼ିଏ ହଜାର) ଟଙ୍କା ଏବଂ ଗୋଟିଏ ଲୁହା ଆଲମିରା ଚୋରି କରିଥିଲେ। ଅଭିଯୁକ୍ତ ସୋନୁ ପ୍ରଧାନଙ୍କ ପାଖରୁ ୩୫୦୦ ଟଙ୍କା ଜବତ କରି ବାଲିଗୁଡା କେଶ ନଂ.୧୮୯/୨୬, ଏବଂ U/S- ୩୦୩ (୨)/୩୩୧(୩) BNS ପ୍ରକାରେ କେଶ ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ତଦନ୍ତ କାରୀ ଅଧିକାରୀ ଏ ଏସ ଆଇ ଉମା ଶଙ୍କର ନିଆଲ ପ୍ରକାଶ କରିଛନ୍ତି l
