Odisha news

ଆଶ୍ରମ ବିଦ୍ୟାଳୟ ଶିକ୍ଷକମାନଙ୍କ ୭ ଦିନିଆ କର୍ମଶାଳା ଉଦ୍ଘାଟିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଆଶ୍ରମ ବିଦ୍ୟାଳୟ ଶିକ୍ଷକମାନଙ୍କର ସାତଦିନିଆ ଆରଟିଇ ଓ ଏକଟିଭିଟି ବେସଡ୍ କର୍ମଶାଳା ବାରିପଦା ଡିଆଇଇଟି ଠାରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଭାଗୀୟ ମୟୂରଭଞ୍ଜ ଜୋନ୍ ଶିକ୍ଷାମଣ୍ଡଳାଧିସ ଚନ୍ଦ୍ରଭାନୁ ମହାପାତ୍ର ଯୋଗଦେଇ ଶିକ୍ଷକମାନଙ୍କର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବିଦ୍ୟାଧର ଜେନା ଯୋଗଦେଇ ଶିକ୍ଷାଧିନିୟମ ଓ ଶିକ୍ଷଣ କାର୍ଯ୍ୟଭିତ୍ତିକ ଶ୍ରେଣୀ କୋଠରୀ ପରିଚାଳନା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ଏସଏସଡି ଜିଲ୍ଲା ଶିକ୍ଷା ନିରିକ୍ଷକ କମଳାକାନ୍ତ ପ୍ରହରାଜ ଉକ୍ତ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ତଥା ପରବର୍ତ୍ତୀ ଜାତୀୟ ଶିକ୍ଷାନୀତି-୨୦୨୦ରେ ଶିକ୍ଷକମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ ।

କୋଭିଡ୍-୧୯ ନିୟମାବଳୀକୁ ପାଳନ କରି ଏହି କର୍ମଶାଳା ଚଳିତ ମାସ ୧ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ କର୍ମଶାଳାରେ ମୋଟ୍ ୩୫ଜଣ ଶିକ୍ଷକଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନିମନ୍ତେ ଯୋଗଦେଇଥିବା ସ୍ଥଳେ ୧୧ଜଣ ପ୍ରଶିକ୍ଷଣ ଶିକ୍ଷାଦାନ ପାଇଁ ଯୋଗଦେଇଛନ୍ତି । ଜିଲ୍ଲା ଶିକ୍ଷା ନିରିକ୍ଷକଙ୍କ କାର୍ଯ୍ୟାଳୟର କର୍ମଚାରୀ ସତୀଶ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀନାରାୟଣ ଖଣ୍ଡେଳୱାଲ, ଶୁକ୍ରା ସିଂ, ପ୍ରମୋଦ ବେହେରା, ସୁରେନ୍ଦ୍ରନାଥ ସାମଲ ଓ ସେରାଲ୍ ହାଁସଦାଃ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply