Odisha news

ସୈଫ ଙ୍କ କେଶ ରେ ମଲାଇକା ଅରୋଡା ଙ୍କ ନାମରେ ୱାରେଣ୍ଟ

0

ସୈଫ ଅଲ୍ଲୀ ଖାନ ଙ୍କ ଉପରେ ୨୦୧୨ ରେ ଜଣେ NRI ବ୍ୟବସାୟୀ ଙ୍କ ଉପରେ କଥିତ ଭାବରେ ବାଡିଆପିଟା ର ଆରୋପ ଲାଗିଥିଲା, ଯେତେବେଳେ ଏହି ଘଟଣା ଘଟିଥିଲା ସୈଫ ଙ୍କ ସହିତ ତାଙ୍କ ପତ୍ନୀ କରିନା କପୁର ଖାନ , କରିସ୍ମା କପୁର, ମଲାଈକା ଅରୋଡl ଓ ଅମୃତା ଅରୋଡା ଏବଂ ସୈଫ ଙ୍କର କିଛି ବନ୍ଧୁଙ୍କ ସହିତ ସୈଫ ଉପସ୍ଥିତ ଥିଲେ l

ଏହି କେଶ ରେ କରିନା, ଅମୃତା ଓ କରିସ୍ମା ସୈଫ ଙ୍କ ସପକ୍ଷ ରେ ଗବାହ ଦେଇଥିଲେ, ଏହି କେଶ ରେ ମଲାଇକା ଙ୍କୁ ପ୍ରତ୍ୟକ୍ଷଦର୍ଶୀ ଭାବରେ କୋର୍ଟ ରେ ଉପସ୍ଥିତ ହେବାର ଥିଲା, କିନ୍ତୁ ସେ ଅଦାଲତ ରେ ଉପସ୍ଥିତ ହୋଇନଥିଲେ, ତେଣୁ ବର୍ତମାନ ପୁନର୍ବାର ମଲାଇକା ଙ୍କ ବିରୁଦ୍ଧରେ ଜମାନତି ୱାରେଣ୍ଟ ଜାରି ହୋଇଛି, ମିଳିଥିବା ସୂଚନା ଅନୁସାରେ ମଲାଇକା ସେହିମାନଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନେ ୨୨ ଫେବୃଆରୀ ୨୦୧୨ ରେ ସୈଫ ଙ୍କ ସହିତ 5ଷ୍ଟାର ହୋଟେଲ କୁ ରାତ୍ରି ଭୋଜନ ପାଇଁ ଯାଇଥିଲେ l

ମଲାଇକା ଙ୍କ ସଁ ଭଉଣୀ ବୟାନ ଦେଇଥିଲେ ଯେ ଯେତେବେଳେ ଏହି ଘଟଣା ଘଟିଥିଲା ସେମାନେ ହୋଟେଲ ରେ ଗୋଟିଏ କ୍ଵାଲିଟୀ ଟାଇମ ବିତାଉଥିଲେ, ଏବଂ ସେ NRI ବ୍ୟବସାୟୀ ଜଣଙ୍କ ସେଠାକୁ ଆସି ସେଠାରେ ଚିତ୍କାର କରିବାକୁ ଲାଗିଲେ l ଏବଂ ସୈଫ ଙ୍କ ସହିତ ପାଟିତୁଣ୍ଡ କରି ଗଣ୍ଡଗୋଳ କରିଥିଲେ l ବ୍ୟବସାୟୀ ଜଣଙ୍କ ର ନାମ ହେଉଛି ଇକବଲ ମୀର ଶର୍ମା l ଏହି ଘଟଣାରେ ବ୍ୟବସାୟୀ ଜଣଙ୍କର ନାକର ହାଡ଼ ଭାଙ୍ଗି ଯାଇଥିଲା l ଏହାପରେ ସୈଫ ଙ୍କ ଗିରଫ କରାଯାଇଥିଲା ଏବଂ ପରେ ଜାମିନ ରେ ଛାଡିଦିଆ ଗଲା l

Govt
Leave A Reply