Odisha news

ବାରମ୍ବାର ଚା ଗରମ କରି ସେବନ କରୁଥିଲେ ହୋଇ ଯାଆନ୍ତୁ ସତର୍କ , ଏହା ପେଟ ପାଇଁ ସୃଷ୍ଟି କରିଥାଏ ବଡ଼ ସମସ୍ୟା : ରିସର୍ଚ୍ଚ

0

ଭାରତ ରେ ଚା କୁ ନେଇ ଲୋକ ମାନଙ୍କର ଗୋଟିଏ ଭାବନା ଯୋଡି ହୋଇ ରହିଛି l ଅଧିକାଂଶ ଲୋକ ଏଭଳି ରହିଛନ୍ତି ଯାହାଙ୍କର ସକାଳର ଆରମ୍ଭ ଗୋଟିଏ କପ ଗରମା ଗରମ ଚା ରୁ ଆରମ୍ଭ ହୋଇଥାଏ l କିଛି ଲୋକ ଏଭଳି ଥାଆନ୍ତି ଯିଏକି ଦିନକୁ ୩-୪ କପ ରୁ ଉର୍ଧ୍ଵ ସେବନ କରି ଥାଆନ୍ତି l ଅନେକ ଅଧ୍ୟୟନ୍ ରୁ ଏଭଳି ତଥ୍ୟ ମଧ୍ୟ ସାମ୍ନା କୁ ଆସିଛି ଅତ୍ୟଧିକ ଚା ସେବନ ଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ l କିଛି ଲୋକ ମାନଙ୍କର ଏଭଳି ସମସ୍ୟା ରହିଛି ଚା ସକାଳୁ ଅଧିକ ମାତ୍ରରେ ପ୍ରସ୍ତୁତ କରି ତାହାକୁ ଦିନ ସାରା ଗରମ କରି ସେବନ କରି ଥାଆନ୍ତି l

ଚା ପିଇବାର କେତେ ସମୟ ପୂର୍ବରୁ ପ୍ରସ୍ତୁତ କରିବା ଜରୁରୀ ? -:
ଗବେଷଣା ଅନୁସାରେ ଯେଉଁ ଚା ୧୫-୨୦ ମିନିଟ ପୂର୍ବରୁ ପ୍ରସ୍ତୁତ ହୋଇଛି ତାହାକୁ ଆପଣ ଗରମ କରି ସେବନ କରିପାରିବେ l କିନ୍ତୁ ଗବେଷକ କହିଛନ୍ତି ଯେ ଚା ସର୍ବଦା ଫ୍ରେଶ ପ୍ରସ୍ତୁତ କରି ସେବନ କରିବା ଜରୁରୀ l

* ଚା କୁ ପୁନର୍ବାର ଗରମ କରିବା ଦ୍ୱାରା ଏଥିରେ ଥିବା ତତ୍ୱ ର ହାନି ହୋଇଥାଏ l

* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ଚା କୁ ଯଦି ଗୋଟିଏ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରିଛନ୍ତି ତେବେ ସେବନ କରନ୍ତୁ l ଏକ ଘଣ୍ଟାରୁ ଉର୍ଧ୍ଵ ହୋଇଗଲେ ବ୍ୟାକଟେରିଆ ବ୍ୟାପି ଥାଏ l

* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଦୁଗ୍ଧ ରେ ପ୍ରସ୍ତୁତ ଚା କୁ ପୁନର୍ବାର ଗରମ କରିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଗ୍ୟାସ ଏସିଡିଟି ସମସ୍ୟା ଦେଖିବାକୁ ମିଳିଥାଏ l

* ବାରମ୍ବାର ଚା କୁ ଗରମ କରି ସେବନ କରିବା ଦ୍ୱାରା ପେଟରେ ଅଲସର ସମସ୍ୟା ଦେଖା ଯାଇଥାଏ ଓ ଭୋକ ଲାଗି ନଥାଏ l

* ଅତ୍ୟଧିକ ଦୁଗ୍ଧ ଚା ସେବନ ଶରୀରରେ ବିଭିନ୍ନ ରୋଗ ର କାରଣ ହେବା ସହିତ ତ୍ୱଚା କୁ ମଧ୍ୟ ପ୍ରଭାବିତ କରିଥାଏ l ତ୍ୱଚା ରେ ଖୁବ ଶୀଘ୍ର କୁଞ୍ଚନ ଆସିଥାଏ l

* ଚା ବିଶେଷ ଭାବେ ଆମ ହାଡ଼ କୁ ପ୍ରଭାବିତ କରିଥାଏ l ହାଡ଼ ର ତତ୍ୱ ନଷ୍ଟ ହୋଇ ଯାଇଥାଏ l

ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ ସକାଳଖବର ଦାୟୀ ନୁହେଁ l

Leave A Reply