ଆଶ୍ୱିନ ମାସ ଆସିବା ମାତ୍ରକେ କାଶତଣ୍ଡୀ ଫୁଲ ର ସମ୍ଭାରରେ ସାରା ପୃଥିବୀ ହସି ଉଠିଥାଏ l ସତେ ଯେମିତି ଲାଗିଥାଏ ଏହି ଧରଣୀ ରାଣୀ ମାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷାରତ l ବର୍ତମାନ ମା ଙ୍କ ର ୧୬ ପୂଜା ବିଧି ଆରମ୍ଭ ହୋଇ ସାରିଛି l ନବରାତ୍ରି ର ୯ ଦିନ ପର୍ଯ୍ୟନ୍ତ ମା ଭକ୍ତ ମାନଙ୍କର ଦୁଃଖ ଦୂର କରିବା ପାଇଁ ପୃଥିବୀ ପୃଷ୍ଠରେ ଅବତରଣ କରି ଥାଆନ୍ତି l ଚଳିତ ଥର ନବରାତ୍ରି ରେ ମା ହାତୀ ଉପରେ ସବାର ହୋଇ ଧରା ପୃଷ୍ଠ କୁ ଓଲ୍ହାଇ ଆସିବେ l
ଚଳିତ ଥର ଶାରଦୀୟ ନବରାତ୍ରି ଅକ୍ଟୋବର ୧୫ ତାରିଖ ରେ ଆତମ୍ଭ ହୋଇ ଅକ୍ଟୋବର ୨୪ ତାରିଖ ରେ ସମାପ୍ତ ହେବ l ନବରାତ୍ରି ର ୯ ଦିନ ପର୍ଯ୍ୟନ୍ତ ମାଦୁର୍ଗା ଙ୍କ ୯ ଟି ରୂପର ପୂଜା କରାଯାଇ ଥାଏ l ମାନ୍ୟତା ଅନୁସାରେ ଏହି ସମୟ ରେ ମା ତାଙ୍କ ଭକ୍ତର ସମସ୍ତ ଇଚ୍ଛା ପୂରଣ କରି ଥାଆନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ମା ହାତୀ ଉପରେ ସବାର ହୋଇ ଧରାବତରଣ କରିବେ l ଏହା ଖୁବ ଶୁଭ ଅଟେ l
ମାନ୍ୟତା ଅନୁସାରେ ମା ଚଳିତ ଥର ହାତୀ ଉପରେ ବିରାଜମାନ କରି ଆସିବେ ତେଣୁ ଏହି ୯ ଦିନ ଖୁବ ଶୁଭ ଅଟେ l ଏହି ୯ ଦିନ ଗୋଟିଏ କାର୍ଯ୍ୟ କରିବା ଦ୍ୱାରା ଧନ ଲାଭ ହୋଇଥାଏ l
* ହିନ୍ଦୁ ଧର୍ମରେ ମଦୁର୍ଗା ଙ୍କୁ ଶକ୍ତି ର ଦେବୀ ଭାବରେ ଗ୍ରହଣ କରାଯାଇ ଥାଏ l ଏବଂ ନବରାତ୍ରି ରେ ମାଙ୍କ ର ସମସ୍ତ ରୂପର ଉପାସନା କରାଯାଇ ଥାଏ l
* ମନ୍ୟତା ଅନୁସାରେ ନବରାତ୍ରି ରେ ମାଦୁର୍ଗା ଙ୍କ ନିକଟରେ ଦୁର୍ଗା ସପ୍ତସତି ର ପାଠ କରାଯାଇ ଥାଏ l କିନ୍ତୁ ଯଦି ଏହାକୁ ୯ ଦିନ ପର୍ଯ୍ୟନ୍ତ ନିୟମିତ ପାଠ କରାଯିବ ତେବେ ଏହା ବ୍ୟକ୍ତିକୁ ଏହା ବିଶେଷ ଫଳ ପ୍ରଦାନ କରିଥାଏ l
* ମାର୍କଣ୍ଡେୟ ପୁରାଣ ଅନୁସାରେ ଦୁର୍ଗା ସପ୍ତସତି ପାଠ କରିବା ବିଷୟରେ କୁହାଯାଇଛି l ଏଥିରେ ଦେବୀ ଙ୍କ ଉପାସନା ପାଇଁ ୭୦୦ ଶ୍ଳୋକ ଦିଆଯାଇଛି l ଏହି ୭୦୦ ଶ୍ଳୋକ କୁ ୩ ଭାଗରେ ବାଣ୍ଟା ଯାଇଛି l
* ଦୁର୍ଗା ସପ୍ତସତି ପାଠ କରିବା ଦ୍ୱାରା ସମସ୍ତ ଜାତକ ରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ l ଏହାଛଡା ଦରିଦ୍ରତା ମଧ୍ୟ ଦୂର ହୋଇଥାଏ l
* କିନ୍ତୁ ଏହାକୁ ପାଠ କରିବା ପାଇଁ କିଛିଟା ନିୟମ ରହିଛି l ଯାହାକୁ ଜାଣିବା ଖୁବ ଜରୁରୀ ଅଟେ l
– ଦୁର୍ଗା ସପ୍ତସତି ପୁସ୍ତକ କୁ ଗୋଟିଏ ନାଲି କପଡା ଉପରେ ରଖି ଦିଅନ୍ତୁ l
– ଏବଂ ଏହାକୁ ଧୂପ , ଦୀପ ଓ ନୈବେଦ୍ୟ ମାଦୁର୍ଗା ଙ୍କୁ ସ୍ମରଣ କରି ଅର୍ପଣ କରନ୍ତୁ l
– ପାଠ କରିବା ପୂର୍ବରୁ ମା ଙ୍କୁ ସ୍ମରଣ କରି ” ଓଂ ଏଁ ହିଂ କ୍ଲିଂ ଚାମୁଣ୍ଡାୟ ବିଚେ ” ପାଠ କରିବା ଅନିର୍ବାଜ୍ୟ ଅଟେ l
ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ ସକାଳଖବର ଦାୟୀ ନୁହେଁ l