Odisha news

ଶଙ୍ଖ ବଜାଇବା ଦ୍ୱାରା ଶରୀରକୁ କେଉଁସବୁ ଲାଭ ମିଳିଥାଏ

0
ଆମ ହିନ୍ଦୁ ଧର୍ମରେ ସମସ୍ତ ପୂଜା ପର୍ବ ଓ ଶୁଭ କାର୍ଯ୍ୟରେ ଶଙ୍ଖ କୁ ଖୁବ ମହତ୍ୱ ଦିଆଯାଇ ଥାଏ l ଶଙ୍ଖ ବାଜିଲେ ଚତୁର୍ପାଶ୍ୱରେ ସୁଧ ବାତାବରଣ ର ସୃଷ୍ଟି ହୋଇଥାଏ l କିନ୍ତୁ ଶଙ୍ଖ ବଜାଇଲେ ଅନେକ ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ରହିଛି l
* ଆସନ୍ତୁ ଜାଣିବା ଶଙ୍ଖ ବଜାଇଲେ କେଉଁସବୁ ଲାଭ ମିଳିଥାଏ -:
* ଶଙ୍ଖ ବଜାଇବା ଦ୍ୱାରା ରେକ୍ଟଲ ମସଲସ ମଜବୁତ୍ ହୋଇଥାଏ l ଶଙ୍ଖର ଧ୍ୱନି ଦ୍ୱାରା ଭିତର ଅଙ୍ଗ ସକ୍ରିୟ ହୋଇଥାଏ l ଏବଂ ରେକ୍ଟମ ର ମାଂସପେସି ସୁସ୍ଥ ରହିଥାଏ l ଏହାଦ୍ୱାରା ରକ୍ତ ସଂଚାଳନ ଠିକ ରେ ହୋଇଥାଏ l ଏହାଛଡା ଶଙ୍ଖ ବଜାଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ l
* ଶଙ୍ଖ ର ଧ୍ୱନୀ ମାନସିକ ଦୃଷ୍ଟିରୁ ସୁସ୍ଥ ରଖିଥାଏ l ଶଙ୍ଖ ବଜାଇବା ଦ୍ୱାରା ମସ୍ତିଷ୍କ ର ଏକାଗ୍ରତା ବଢିଥାଏ ଓ ମନ ଶାନ୍ତ ରହିଥାଏ l ଶଙ୍ଖ ଧ୍ୱନି ରେ ମାନସିକ ଚାପ , ଚିନ୍ତା ଓ ଅବସାଦ ଭଳି ମାନସିକ ସମସ୍ୟା ଦୂର ହୋଇଥାଏ l
*  ଶଙ୍ଖ ବଜାଇବା ଦ୍ୱାରା ରକ୍ତଚାପ ସନ୍ତୁଳନ ରହିଥାଏ ଓ ଧମନୀ ଗୁଡିକ ମଧ୍ୟ ସୁସ୍ଥ ରହିଥାଏ l
* ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସ ର କାର୍ଯ୍ୟ ଦକ୍ଷତା ସୁଦୃଢ ହୋଇଥାଏ ଓ ପ୍ରଶ୍ୱାସ ସମ୍ବନ୍ଧୟ ସମସ୍ୟା ମଧ୍ୟ ଦୂର ହୁଏ l
* ଶଙ୍ଖ ବଜାଇବା ଦ୍ୱାରା ମୁଖମଣ୍ଡଳ ର ମାଂସପେସି ସୁସ୍ଥ ଓ ମଜବୁତ ରହିଥାଏ l ଏବଂ ମୁଖମଣ୍ଡଳ ରେ ଚମକ ଆସିଥାଏ l ତ୍ୱଚା ରେ କୁଞ୍ଚନ ସମସ୍ୟା ମଧ୍ୟ ଦୂର ହୋଇଥାଏ l ମୁଖ ମଣ୍ଡଳ ରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l
ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ  ସକାଳଖବର ଦାୟୀ ନୁହେଁ l

Leave A Reply