Odisha news

ଟି-୨୦ : ଟସ୍‌ ଜିଣି ଅଷ୍ଟ୍ରେଲିଆର ପ୍ରଥମେ ବୋଲିଂ ନିଷ୍ପତ୍ତି

0

ଥିରୁଅନନ୍ତପୁରମ୍‌: ଦିନିକିଆ ଫାଇନାଲ୍‌ର ଦୁଃଖକୁ ଭାରତୀୟ ଦଳ ଟି-୨୦ ଶୃଙ୍ଖଳା ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରି କିଛିଟା ଭୁଲାଇବାରେ ସକ୍ଷମ ହୋଇଛି। ଏବେ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ପାଇଁ ଦୁଇ ଦଳ ଅଣ୍ଟା ଭିଡ଼ିଛନ୍ତି। କେରଳର ଥିରୁଅନନ୍ତପୁରମ୍‌ର ଗ୍ରିନ୍‌ଫିଲ୍ଡ ଷ୍ଟାଡିୟମ୍‌ରେ ରବିବାର ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ କରିବ ବ୍ୟାଟିଂ କରୁଛି

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନକୁ ଦେଖିଲେ ଦ୍ବିତୀୟ ମ୍ୟାଚ୍‌ ସେମାନଙ୍କ ପାଇଁ ପରୀକ୍ଷା ସଦୃଶ ହେବ। କାରଣ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ସ୍ପିନର ରବି ବିଷ୍ଣୋଇ ଠିକ୍‌ ଲୟ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଏହି ତିନିଜଣ ବ୍ୟୟବହୁଳ ହୋଇଥିଲା ବେଳେ ମୁକେଶ କୁମାର ଓ ଅଭିଜ୍ଞ ସ୍ପିନର ଅକ୍ଷର ପଟେଲ ପ୍ରତିପକ୍ଷଙ୍କୁ ନିୟନ୍ତ୍ରଣରେ ରଖିପାରି‌ଥିଲେ। ବ୍ୟାଟର୍‌ଙ୍କ ମଧ୍ୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ ଅର୍ଦ୍ଧଶତକୀୟ ପାଳି ଖେଳି ବିଶ୍ବକପ୍‌ ଅଭିଯାନକୁ ଜାରି ରଖିଥିଲେ। ଦିନିକିଆ କ୍ରିକେଟ୍‌ରେ ସଂଘର୍ଷ କରୁଥିବା ସୂର୍ଯ୍ୟ, ଟ୍ବେଣ୍ଟି-୨୦ରେ ମିଷ୍ଟର ୩୬୦ ଟ୍ୟାଗ୍‌କୁ ଯଥାର୍ଥ ପ୍ରମାଣିତ କରିଥିଲେ। ଈଶାନ ଓ ସୂର୍ଯ୍ୟ ରନ୍‌ ବର୍ଷା କରି ଭାରତକୁ ବିଜୟ ଦ୍ବାର ନିକଟରେ ପହଞ୍ଚାଇଥିଲେ। ଅନ୍ୟପକ୍ଷରେ ରିଙ୍କୁ ସିଂହ, ଯଶସ୍ବୀ ଜୟସ୍ବାଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ କରିଥିଲା। କେବଳ ଋତୁରାଜ ଗାଏକ୍ବାଡ ଦୁର୍ଭାଗ୍ୟବସତଃ ରନ୍‌‌ଆଉଟ୍‌ ହୋଇଯାଇଥିଲେ। ତଥାପି ଦ୍ବିତୀୟ ମ୍ୟାଚ୍‌ରେ ଭାରତକୁ ଅଗ୍ରଣୀ ପାଇବାକୁ ହେଲେ ପୂର୍ବ ପ୍ରଦର୍ଶନକୁ ଦୋହରାଇବାକୁ ପଡ଼ିବ।

ଭାରତୀୟ ଏକାଦଶ: ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ମୁକେଶ କୁମାର।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ମାଥ୍ୟୁ ସର୍ଟ, ମାଥ୍ୟୁ ୱେଡ, ଷ୍ଟିଭ୍‌ ସ୍ମିଥ୍‌/ଟ୍ରାଭିସ ହେଡ୍, ଜୋସ ଇଂଲିସ, ଗ୍ଲେନ୍‌ ମ୍ୟାକ୍ସେୱେଲ, ମାର୍କସ ଷ୍ଟୋଇନିସ, ଟିମ୍‌ ଡେଭିଡ୍‌, ନାଥନ ଏଲିସ୍‌, ସିନ୍‌ ଆବୋଟ, ଜାସନ ବେହରେନଡର୍ଫ, ଆଡ଼ାମ ଜାମ୍ପା/ତନବୀର ସଂଘ।

Leave A Reply