ଶରୀର ଅସୁସ୍ଥ ହେବା ଦ୍ୱାରା ଅନେକ ପ୍ରକାର ସମସ୍ୟା ଦେଖାଯାଇ ଥାଏ l ସେଥି ମଧ୍ୟରୁ ଗୋଟିଏ ଝାଳ ବାହାରିବା l ଏମିତି ସ୍ଥିତି ରେ ଅନେକ କାରଣରୁ ଝାଳ ବାହାରେ l ଯେପରିକି ଗ୍ୟାସ ହେଲେ, ଭୋକ କମ ହେଲେ, ଓଜନ ବୃଦ୍ଧି କିମ୍ବା ଓଜନ ହ୍ରାସ କାରଣରୁ , ରକ୍ତଚାପ ବୃଦ୍ଧି ହେବା l ଆୟୁର୍ବେଦ ଅନୁସାରେ ଆପଣ ନିଜ ଝାଳ ରୁ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା କୁ ଜାଣିପାରିବେ l
ଆୟୁର୍ବେଦ ଅନୁସାରେ କିଛି ଲୋକଙ୍କର ଅଧିକ ଝାଳ ବୋହିଥାଏ, କାହାର କମ ଝାଳ ବୋହିଥାଏ, କିଛି ଲୋକଙ୍କର ଝାଳ ଖୁବ ଦୁର୍ଗନ୍ଧ ମଧ୍ୟ ହୋଇଥାଏ l କିପରି ଝାଳ ରୁ ଜାଣିବା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା l
– ଆୟୁର୍ବେଦ ଅନୁସାରେ , ଯେଉଁ ଲୋକମାନଙ୍କର କମ ଝାଳ ବୋହିଥାଏ, ସେମାନଙ୍କ ଶରୀରରେ ବାତ ସମସ୍ୟା ଅଧିକ ରହିଥାଏ l ବାତ ଅଧିକ ରହିବା ଦ୍ୱାରା ଗ୍ୟାସ ସମସ୍ୟା ବୃଦ୍ଧି ପାଇଥାଏ l ବାତ ଅସନ୍ତୁଳିତ ରହିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇ ଯାଇଥାଏ ଓ କମ ଝାଳ ବାହାରିଥାଏ l ବାତ କୁ ସନ୍ତୁଳିତ ରଖିବା ପାଇଁ ଶରୀର କୁ ହାଇଡ୍ରେଟ ରଖିବା ଜରୁରୀ l
– ଶରୀରରେ ପିତ ଦୋଷ ଅଧିକ ରହିବl ଦ୍ୱାରା ଅଧିକ ଝାଳ ବାହାରିଥାଏ l ପିତ ଅଗ୍ନି ଓ ପାଣି ସହିତ ଜଡିତ ଓ ଏହାର ଅସନ୍ତୁଳନ ଦ୍ୱାରା ଶରୀର ରେ ଗରମ ର ପ୍ରଭାବ ବଢ଼ିଯାଇ ଥାଏ l ଯାହାଦ୍ୱାରା ଝାଳ ଅଧିକ ବାହାରିଥାଏ l
– ତେଣୁ ପିତ ଦୋଷ କୁ ସନ୍ତୁଳନ ରଖିବା ପାଇଁ ପାଣି ଅଧିକ ପିଇବା ଜରୁରୀ ଏବଂ ମସଲାଯୁକ୍ତ ଭୋଜନ ଠାରୁ ଦୂରେଇ ରୁହନ୍ତୁ l
– ଯଦି ଆପଣଙ୍କ ଝାଳ ରୁ ଅଧିକ ଗନ୍ଧ ବାହାରିଥାଏ , ତେବେ ଆପଣଙ୍କ କଫ ଦୋଷ ଶରୀରରେ ଅସନ୍ତୁଳିତ ଅଟେ l କଫ ବଢିବା ଦ୍ୱାରା ଶରୀରରେ ଟକ୍ସିନ ବୃଦ୍ଧି ହୋଇଥାଏ l ଯେଉଁ କାରଣରୁ ଝାଳ ରୁ ଦୁର୍ଗନ୍ଧ ବାହାରିଥାଏ l
– କଫ କୁ ସନ୍ତୁଳିତ ରଖିବା ପାଇଁ ଥଣ୍ଡା, ସର୍ଦି ଠାରୁ ଦୁରେଇ ରହିବ ଜରୁରୀ l ଏହାଛଡା ଶରୀରକୁ ଡିଟକ୍ସିଫlଏ କରିବା ପାଇଁ ପ୍ରାକୃତିକ ଭୋଜନ କରିବା ଜରୁରୀ l