Odisha news

ଶନି ଦୋଷ ରହିଥିଲେ ଦେଖାଯାଇ ଥାଏ ଏହି ୭ଟି ଲକ୍ଷଣ , ଏଭଳି ସ୍ଥିତି ରେ ଗ୍ରହ ଶାନ୍ତି ଉପାୟ କରିବା ଜରୁରୀ

0

ଶନିବାର ଦିନ ଟି ଶନିଦେବ ଙ୍କୁ ସମର୍ପିତ ଅଟେ l ଏହିଦିନ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାର ଉପାୟ କୁହାଯାଇ ଥାଏ l ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଶନି ଙ୍କ ଅଶୁଭ ପ୍ରଭାବ ବ୍ୟବସାୟ ଓ ଚାକିରୀ ଉପରେ ପକାଇଥାଏ, ଜୀବନ ରେ ଅନେକ ଖରାପ ସମୟ ଆସିଥାଏ l ଆସନ୍ତୁ ଆଜି ଜାଣିବା ଶନି ଦେବଙ୍କ ପ୍ରଭାବରେ କେଉଁସବୁ ଲକ୍ଷଣ ଦେଖାଯାଇ ଥାଏ l

– ଯଦି କୌଣସି ଜାତକ ରେ ଶନି ଙ୍କର ଖରାପ ପ୍ରଭାବ ରହିଥାଏ, ତେବେ ସେହି ବ୍ୟକ୍ତି ସର୍ବଦା ଚିନ୍ତାରେ ବୁଡି ରହିଥାଏ l ମନ ସବୁବେଳେ ଅଶାନ୍ତ ରହିଥାଏ l ମନରେ ନକାରାତ୍ମକ ଭାବନା ବୃଦ୍ଧି ପାଇଥାଏ l

– ଯେଉଁ ବ୍ୟକ୍ତି ଙ୍କ ଜାତକ ରେ ଶନି ଙ୍କ ଖରାପ ପ୍ରଭାବ ରହିଥାଏ , ତେବେ ଇଚ୍ଛାକରି ମଧ୍ୟ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରି ନଥାଆନ୍ତି l ଏହାଛଡା ମାଙ୍ଗଳିକ କାର୍ଯ୍ୟ ପାଇଁ ବାଧାବିଘ୍ନ ଆସିଥାଏ l

– ଶନି ଙ୍କ ଦୋଷ କାରଣରୁ କୌଣସି କାର୍ଯ୍ୟ ସହଜରେ ହୋଇ ନଥାଏ, ବାଧାବିଘ୍ନ ଦେଇ ସମସ୍ତ କାର୍ଯ୍ୟ ହୋଇଥାଏ l ଯେଉଁ କାର୍ଯ୍ୟ ସହଜ ରେ ହେବା କଥା ତାହା କୌଣସି ନା କୌଣସି କାରଣରୁ ବାଧା ଆସିଥାଏ l

– ଶନି ଙ୍କ ପ୍ରଭାବରୁ ମଣିଷ ର ବୁଦ୍ଧି ନଷ୍ଟ ହୋଇଯାଇ ଥାଏ l ମାନସିକ ସ୍ୱାସ୍ଥ୍ୟ ଏତେ ପ୍ରଭାବିତ ହୋଇଥାଏ ଯେ ମଣିଷ ର ଚିନ୍ତା କରିବା ଶକ୍ତି ହ୍ରାସ ହୋଇ ଯାଇଥାଏ l ଉଚିତ ପଦକ୍ଷେପ ନନେଇ ପରିବା କାରଣରୁ ଖଳାରେ ପଡିଥାଏ l

– ଯେଉଁ ବ୍ୟକ୍ତି ଙ୍କ ଉପରେ ଶନି ଙ୍କ କୁପ୍ରଭାବ ରହିଥାଏ ସର୍ବଦା ଗୃହ କ୍ଳେଶ ଲାଗିଥାଏ l ଭାତୃ ବିବାଦ, ଜମିବାଡ଼ି କୁ ନେଇ ଅନେକ ଅସୁବିଧା ଦେଖାଯାଏ l ଏଭଳି ସ୍ଥିତି ରେ ଗ୍ରହ ଶାନ୍ତି ଉପାୟ କରିବା ଉଚିତ l

– ଯେତେବେଳେ ଶନି ଦୋଷ ଦେଖାଯାଏ ସଂଚିତ ରହିଥିବା ଧନ ମଧ୍ୟ କ୍ଷୟ ହୋଇ ଚାଲିଥାଏ l ଏହାଛଡା ସୁଖ ସମୃଦ୍ଧି ମଧ୍ୟ ନାଶ ହୋଇଯାଏ l

Leave A Reply