୨୦୨୫ ର ପ୍ରଥମ ସୂର୍ଯ୍ୟ ଗ୍ରହଣ ଖଗୋଲୀୟ ଦୃଷ୍ଟି କୋଣରୁ ଏବଂ ଧାର୍ମିକ ଦୃଷ୍ଟି କୋଣରୁ ଖୁବ ମହତ୍ଵପୁର୍ଣ ଅଟେ, ପ୍ରତ୍ୟେକ ବର୍ଷ ୨ଟି ଲେଖାଏଁ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ପଡିଥାଏ, ଯତୀଶ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହଣ ସମୟ କୁ ଶୁଭ ଭାବରେ ଗ୍ରହଣ କରାଯାଇ ନଥାଏ, ଏହାର ଅନେକ ଅଶୁଭ ପ୍ରଭାବ ମଧ୍ୟ ରହିଥାଏ, କିଛିଦିନ ପରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ପଡ଼ିବାକୁ ଯାଉଛି, ଏହି ଗ୍ରହଣ ଖୁବ ବିଶେଷ ଅଟେ, କାହିଁକିନା ଏହିଦିନ ସୂର୍ଯ୍ୟପୁତ୍ର ଶନି ଦେବ ନିଜର ରାଶି ପରିବର୍ତ୍ତନ କରିବେ l
ଏହିଦିନ ଲାଗୁଚି ୨୦୨୫ ର ପ୍ରଥମ ସୂର୍ଯ୍ୟଗ୍ରହଣ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୫ ର ପ୍ରଥମ ସୂର୍ଯ୍ୟଗ୍ରହଣ ମାର୍ଚ୍ଚ ୨୯ ତାରିଖରେ ଲାଗୁଚି, ଏହି ସୂର୍ଯ୍ୟ ଗ୍ରହଣ ଭାରତରେ ନଜର ଆସିବ ନାହିଁ, ସେଥିପାଇଁ ଏଠାରେ ସୂତକ ଲାଗିବ ନାହିଁ, କିନ୍ତୁ ଜୀବନକୁ ମଙ୍ଗଳଦାୟକ କରିବା ପାଇଁ କିଛିଟା ନିୟମ ମାନି ରଖିବା ଜରୁରୀ, ବିଶେଷ କଥାଟି ହେଲା ଏହିଦିନ ଶନି ଦେବ କୁମ୍ଭ ରାଶିରୁ ବାହାରି ମିଇଁ ରାଶିରେ ପ୍ରବେଶ କରିବେ l ଏବଂ ଆଗାମୀ ଅଢେଇ ବର୍ଷ ପର୍ଯ୍ୟନ୍ତ ଏହି ରାଶିରେ ରହିବେ l
ଏହିଦିନ କେଉଁ କାର୍ଯ୍ୟ ବର୍ଜିତ କରିବା ଜରୁରୀ –
– ଏହି ଦିନ ଗ୍ରହଣ ଖାଲି ଆକ୍ଷିରେ ଦେଖିବା ଉଚିତ ନୁହେଁ l
– ଘରୁ ମଧ୍ୟ ବାହାରକୁ ବାହାରିବା ଉଚିତ ନୁହେଁ l
– ଏବଂ ଭୋଜନ କରିବା ମଧ୍ୟ ଉଚିତ ନୁହେଁ l
– ସୂର୍ଯ୍ୟ ଗ୍ରହଣ ସମୟ ରେ ଶ୍ରାଦ୍ଧ କର୍ମରୁ ରହିତ ହେବା ଜରୁରୀ l