Odisha news

ଛୋଟ ଛୋଟ ସଂକେତ ହୋଇପାରେ ବ୍ରେନ ଟିୟୁମର ର କାରଣ , ତୁରନ୍ତ କରନ୍ତୁ ଡାକ୍ତରଙ୍କୁ ପରାମର୍ଶ

0

ବ୍ରେନ ଟ୍ୟୁମର ମଧ୍ୟ କ୍ୟାନ୍ସର ଭଳି  ଗୋଟିଏ ପ୍ରାଣ ଘାତକ ରୋଗ ଅଟେ l  ସମୟ ଥାଉ ଥାଉ ଚିକିତ୍ସା କରି ଜୀବନ ବଞ୍ଚାଇ ହେବ l କିନ୍ତୁ ଏହାକୁ ଠିକ ସମୟରେ ଜାଣିବା ନିହାତି ଜରୁରୀ ଅଟେ , ତେବେ ଯାଇ ଚିକିତ୍ସା ସମ୍ଭବ ହୋଇଥାଏ l

ଆସନ୍ତୁ ଜାଣିବା ବ୍ରେନ ଟ୍ୟୁମର କଣ ? -:
ଆମ ମସ୍ତିଷ୍କ ରେ ହଜାର ହଜାର ବ୍ରେନ ସେଲ୍ସ ରହିଛନ୍ତି l ଯାହା ସାହାଯ୍ୟ ରେ ମସ୍ତିଷ୍କ କାର୍ଯ୍ୟ କରିଥାଏ l କିନ୍ତୁ କୋଶିକା ଗୁଡିକ ର ନିୟନ୍ତ୍ରଣ ବିଗିଡିବା ଦ୍ୱାରା ବ୍ରେନ ର ସେଲ ନଷ୍ଟ ହୋଇ ଯାଇଥାଏ ଓ ତାହା କ୍ୟାନ୍ସର ଭଳି ବ୍ୟାପି ଥାଏ ଓ ମଣିଷ ବ୍ରେନ ଟ୍ୟୁମର ରେ ଆକ୍ରାନ୍ତ ହୋଇଥାଏ l

ଆସନ୍ତୁ ଜାଣିବା କଣ ରହିଛି ସଂକେତ :-
– ଯଦି ଆପଣଙ୍କର ଖୁବ ଜୋରେ ମୁଣ୍ଡବିନ୍ଧା ଦୀର୍ଘ ଦିନରୁ ହେଉଛି ଓ ଯେତେ ଔଷଧ ଖାଇଲେ ମଧ୍ୟ କମୁନାହିଁ , ତେବେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ l ଏହା ଆପଣଙ୍କ ପାଇଁ ଭବିଷ୍ୟତ ରେ ଅସୁବିଧାର କାରଣ ହୋଇପାରେ l

– ଅନେକ ସମୟରେ ଆମର ଆକ୍ଷି ସମ୍ବନ୍ଧୀୟ ଅସୁବିଧା ହୋଇଥାଏ , ତାହାକୁ ଅଣଦେଖା କରନ୍ତୁ ନାହିଁ l  ଝାପ୍ସା ଦେଖାଯିବା ଓ ରଙ୍ଗ କୁ ଜାଣିବାରେ ଯଦି ଅସୁବିଧା ହେଉଛି ତେବେ ଏହାକୁ ସହଜ ରେ ନିଅନ୍ତୁ ନାହିଁ, ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

– ବ୍ରେନ ଟ୍ୟୁମର ହେବାର ଅନେକ ସଂକେତ ରହିଥାଏ l  ଯଦି ଶରୀରରେ କିଛି ଝଟକା ଅନୁଭବ କରୁଛନ୍ତି , ମୁଣ୍ଡ ବୁଲାଇବା, ବିନା କୌଣସି କାରଣରୁ କମ୍ପନ ଅନୁଭବ ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

– ଅନେକ ସମୟରେ ଆମେ ଜିନିଷ ରଖି ଭୁଲି ଯାଇଥାଉ, କିନ୍ତୁ ପ୍ରତ୍ୟେକ ଥର ଏଭଳି ହେବା ଠିକ ନୁହେଁ l ଏଭଳି ଯଦି ବାରମ୍ବାର ହେଉଛି ତେବେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l

– ବ୍ରେନ ଆମର ସମ୍ପୂର୍ଣ ଭାବରେ ଆମର ଶରୀରକୁ କଣ୍ଟ୍ରୋଲ କରିଥାଏ l କିନ୍ତୁ ବ୍ଲଡର ଉପରେ ନିୟନ୍ତ୍ରଣ ରହି ନଥାଏ , ଯେଉଁ କାରଣରୁ ଦେହ ବ୍ୟସ୍ତ ଲାଗିବା ଓ ବାନ୍ତି ଲାଗିବା ଭଳି ସମସ୍ୟା ଦେଖାଯାଏ l

– ଦ୍ରୁତ ଗତିରେ ଓଜନ ବୃଦ୍ଧି ହୋଇଥାଏ, କିଛି ଲୋକଙ୍କୁ ଟ୍ୟୁମର କାରଣରୁ ଷ୍ଟ୍ରୋକ ମଧ୍ୟ ହୋଇଥାଏ l  ଯଦି ଏଭଳି କିଛି ଲକ୍ଷଣ ଆପଣ ଦେଖୁଛନ୍ତି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

– ଯଦି ଆପଣ କଥା କହିବା ଓ ଶୁଣିବାରେ ଅସୁବିଧା ର ସମୁଖୀନ ହେଉଛନ୍ତି ତେବେ ଡ଼କ୍ଟର ଙ୍କୁ ପରାମର୍ଶ କରନ୍ତୁ l ଏହା ଠିକ ସଂକେତ ନୁହେଁ l

Leave A Reply