Odisha news

କାଶୀ ରୁ କାହିଁକି ଅଣାଯାଏ ନାହିଁ ଗଙ୍ଗାଜଳ ? କଣ ରହିଛି ଏହା ପଛର ଧାର୍ମିକ କାରଣ

0

ଭାରତ ହେଉଛି ପୁଣ୍ୟ ଓ ଧର୍ମ ର ଭୂମି, ଏଠାରେ ରହିଥାଏ ଅନେକ ଧାର୍ମିକ ସ୍ଥଳୀ, କିନ୍ତୁ ଏହି ଧାର୍ମିକ ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କାଶୀ, କାଶୀ ନିଜସ୍ୱ ପରିଚୟ କୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ, ଗଙ୍ଗାନଦୀ କୂଳରେ ଅବସ୍ଥିତ କାଶୀ କୁ ଯଦି କେହି ଆମେ ଯାଇଥାଉ କାଶୀ ରୁ ଗଙ୍ଗା ଜଳ ଆଣିବାକୁ ଇଛା କରି ନଥାଉ, କିନ୍ତୁ ଏହା ପଛରେ ରହିଛି କିଛି ଧାର୍ମିକ କାରଣ, ଏହି ମାନ୍ୟତା ଅନୁସାରେ କାଶୀ ର ପବିତ୍ର ରହିବାର ଗଙ୍ଗାନଦୀର ମହତ୍ୱ  ସହିତ ଜଡିତ, ଆସନ୍ତୁ ଜାଣିବା ଏହା ପଛର କାରଣ କଣ ରହିଛି L

କାଶୀ କୁ କୁହାଯାଇଥାଏ ମୋକ୍ଷ ର ନଗରୀ , ଏହା ଗଙ୍ଗା ନଦୀ ରେ ଅନେକ ଜୀବ ବାସ କରି ଥାଆନ୍ତି, ମାନ୍ୟତା ରହିଛି ଯେ ଏହି ଜୀବ ମାନଙ୍କର ମଧ୍ୟ ମୋକ୍ଷର ଅଧିକାର ରହିଛି, ଯଦି ଆପଣ କାଶୀ  ରୁ ଗଙ୍ଗାଜଳ ଆଣୁଛନ୍ତି, ତେବେ ଆପଣ ଅଜାଣତ ରେ ମଧ୍ୟ ଏହି ଜୀବ ମାନଙ୍କୁ ମଧ୍ୟ ଆମେ ନିଜ ସହିତ ନେଇଆସି ଥାଉ ଏବଂ ଏହାଦ୍ୱାରା ସେମାନଙ୍କ ମୋକ୍ଷ ଚକ୍ର ରେ ବାଧା ଆସିଥାଏ , କାଶୀ ରେ ଲଗାତାର ଅନ୍ତିମ ସଂସ୍କାର ହୋଇଥାଏ, ଗଙ୍ଗା ରେ ଵିସର୍ଜିତ କରାଯାଉ ଥିବା ପାଉଁଶ ରୁ କିଛି ଏହି ଗଙ୍ଗା ଜେଲରେ ମିଶି ଯାଇଥାଏ, ଯଦି ଆପଣ ସେହି ଗଙ୍ଗାଜଳ କୁ ଘରକୁ ଆଣି ଥାଆନ୍ତି, ତେବେ ଆପଣ ନିଜ ଅଜାଣତ ରେ ମୃତ ଆତ୍ମା ଙ୍କ ଅଂଶ କୁ ମଧ୍ୟ ନିଜ ସହିତ ନେଇ ଆସିଥାଉ, ଯାହାଦ୍ୱାରା ଲୋକଙ୍କର ଅନେକ ସମସ୍ୟା ବଢି ଯାଇଥାଏ l

ଏହାଛଡା କାଶୀ ରେ ଅଘୋରୀ ଶକ୍ତି ସକ୍ରିୟ ହୋଇ ଥାଆନ୍ତି, ଏହି ଶକ୍ତିଙ୍କୁ କାବୁ ରେ ରଖିବାକୁ କିଛିଟା ନିୟମ ରହିଛି, ଯେଉଁଥିରେ ଗୋଟିଏ ନିୟମ ଏହା ମଧ୍ୟ ରହିଛି ଯେ କାଶୀ ରୁ ଗଙ୍ଗାଜଳ ଘରକୁ ଅଣାଯାଏ ନାହିଁ, କିନ୍ତୁ ଆପଣ କାଶୀ ରୁ କିଛିଟା ପବିତ୍ର ବସ୍ତୁ ଯେପରିକି ଶିବ ଲିଙ୍ଗ, ରୁଦ୍ରାକ୍ଷ ଇତ୍ୟାଦି ଆଣି ପାରିବେ, କିନ୍ତୁ ଗଙ୍ଗାଜଳ ଓ ପବିତ୍ର ମାଟି ଆଣି ପାରିବେ ନାହିଁ l

Leave A Reply