Odisha news

ମୁସ୍ଲିମ ପରିବାରରେ ବିବାହ କରିବାର ଅର୍ଥ ନୁହେଁ ଇସ୍ଲାମକୁ କନଭର୍ଟ ହେବା : ହାଇକୋର୍ଟଙ୍କ ବଡ଼ ନିଷ୍ପତି

0

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ନିଷ୍ପତି ଦେଇଛନ୍ତି ଯେ କୌଣସି ମହିଳା ର ବିବାହ ତାର ଧର୍ମ କୁ ନିର୍ଧାରଣ କରିନଥାଏ, ହାଇକୋର୍ଟ ନିଜର ଗୋଟିଏ ବଡ଼ ନିଷ୍ପତି ରେ କହିଛନ୍ତି କୌଣସି ହିନ୍ଦୁ ମହିଳା ଯଦି ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ତାର ଧର୍ମ ଇସ୍ଲାମ ରେ ପରିବର୍ତ୍ତନ ହୋଇଯିବ ନାହିଁ, ବିବାହ ସହିତ ଧର୍ମ ପରିବର୍ତ୍ତନ ର କୌଣସି କାରଣ ନାହିଁ l

ଦିଲ୍ଲୀ ହାଇକୋର୍ଟ ୨୦୦୭ ରେ ଜଣେ ବ୍ୟକ୍ତି ଙ୍କର ପ୍ରଥମ ପତ୍ନୀ ଙ୍କ ବଡ଼ ଝିଅ ଦ୍ୱାରା ଦାଏର ହୋଇଥିବା ଗୋଟିଏ ମକଦମା ଉକ୍ତ ବ୍ୟକ୍ତି ଏବଂ ତାଙ୍କର ଦ୍ଵିତୀୟ ପତ୍ନୀ ଙ୍କ ନିକଟରୁ ଜନ୍ମିତ ଦୁଇ ପୁଅ ଙ୍କ ବିରୁଦ୍ଧରେ ଥିଲା, ଲାଇଭ ଲ ର ରିପୋର୍ଟ ଅନୁସାରେ ମାମଲା ଏହି ଆଧାରରେ ଦାଏର କରାଯାଇ ଥିଲା କି ପ୍ରଥମ ପତ୍ନୀଙ୍କ କନ୍ୟା ଓ ପିତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହିନ୍ଦୁ ଅବିଭାଜିତ ପରିବାର ର ସମ୍ପତ୍ତିର ଭାଗ ଥିଲା l ୨୦୦୫ ରେ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଲାଗୁ ହେବାପରେ , ଝିଅ ମାନଙ୍କୁ ମଧ୍ୟ ପରିବାର ସମ୍ପତି ରେ ସମାନ ଅଧିକାର ଦିଆଗଲା l ଏହି ଅଧିନିୟମ ଅନୁସାରେ ପ୍ରଥମ ପତ୍ନୀ ଙ୍କ ଝିଅ ସମ୍ପତି ରୁ ୧/୫ ଭାଗ ଦାବି କରିଥିଲେ l

ଏହାକୁ ବିରୋଧ କରି ପିତା ଓ ତାଙ୍କ ଦ୍ଵିତୀୟ ପତ୍ନୀ ଙ୍କ ପୁଅ ଦାବି କରିଥିଲେ ଯେ ସେ ନିଜ ସିଭିଲ ବିବାହ ପରେ ନିଜର ଧର୍ମ ପରିବର୍ତ୍ତନ କରି ନ ଥିଲେ , ଏବଂ ହିନ୍ଦୁ ଧର୍ମ ପାଳନ କରିଥିଲେ, କୋର୍ଟ କହିଥିଲେ ମୁସଲିମ ବ୍ୟକ୍ତି ଙ୍କୁ ବିବାହ କରିବାର ଅର୍ଥ ନୁହେଁ ହିନ୍ଦୁ ଧର୍ମକୁ ପରିତ୍ୟାଗ କରିଦେବା, ଏହାକୁ ନେଇ କେବଳ ଆରୋପ ଲାଗିଛି, କୌଣସି ପ୍ରମାଣ ନାହିଁ ବୋଲି କୋର୍ଟ ମତ ଦେଇଥିଲେ l ଏହାପରେ କୋର୍ଟ କହିଥିଲେ ଯେ ବଡ଼ ଝିଅ ହିନ୍ଦୁ ଧର୍ମ ପାଳନ କଲେ ମଧ୍ୟ ପ୍ରତ୍ୟେକ ସମ୍ପତି ରେ ତାର ସମାନ ଭାଗ ରହିଛି, ଏହାଛଡା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ରେ ମଧ୍ୟ ଜମା ହୋଇଥିବା ରାଶିରୁ ପ୍ରତ୍ୟେକ ଙ୍କୁ  ୧/୪ ଅଂଶ ଭାଗ ମିଳିବ l

Leave A Reply