ସଫଳତାର ପୁଞ୍ଜି ଆମକୁ କହିଥାଏ ଯେ ଜୀବନରେ ସଫଳତା ହାସଲ କରିବା ପାଇଁ ମନୁଷ୍ୟ ବିଶେଷ କିଛିଟା କଥାକୁ ଧ୍ୟାନ ଦେବା ଆବଶ୍ୟକ l ଯିଏ ଏହି କିଛିଟା କଥାକୁ ଧ୍ୟାନ ଦେଇଥାଏ ସେ ଜୀବନରେ ଲକ୍ଷ୍ମୀଙ୍କ କୃପା ଲାଭ କରି ସୁଖ ସମୃଦ୍ଧି ହାସଲ କରିଥାଏ l
* ସଫଳତାର ପୁଞ୍ଜି କହିଥାଏ ଯେ ଯଦି ଦିନର ଆରମ୍ଭ ଠିକ ଭାବରେ ହୋଇଥାଏ ତେବେ ଦିନଟି ଭଲରେ ବିତିଥାଏ l ତେଣୁ ପ୍ରତିଦିନ ସକାଳୁ ଭଗବାନଙ୍କ ନିକଟରେ ଆଭାର ବ୍ୟକ୍ତ କରିବା ଉଚିତ l ଯାହାଦ୍ୱାରା ଭଗବାନ ଙ୍କ ଆଶିଷ ଲାଭ କରି ହେବ, ଯେମିତି ଆମ ଦିନଟି ଭଲରେ ରେ କଟିବ l
– ତେଣୁ ସଫଳତାର ପୁଞ୍ଜି କହୁଛି ମଣିଷ ଆଳସ୍ୟ ତ୍ୟାଗ କରିବା ଉଚିତ l କାରଣ ମଣିଷର ବଡ ଶତ୍ରୁ ଆଳସ୍ୟ ଅଟେ l ଯାହା ତାକୁ ଜୀବନ ରେ ବିଫଳତା ଆଡକୁ ଟାଣି ନେଇଥାଏ, ତେଣୁ ଆଳସ୍ୟ ତ୍ୟାଗ ନିହାତି କରିବା ଆବଶ୍ୟକ l ଆଳସ୍ୟ ପରାୟଣ ମଣିଷ ବିଶେଷ ଭାବରେ ୪ଟି ଅସୁବିଧାର ସମୁଖୀନ ହୋଇଥାଏ :-
: ଆଳସ୍ୟ ବ୍ୟକ୍ତି ସମୟାନୁବର୍ତ୍ତିତା ହୋଇପାରି ନଥାଏ l ତେଣୁ ତାର କୌଣସି କାର୍ଯ୍ୟକୁ ସେ ଠିକ ଭାବରେ କରି ନଥାଏ l ତେଣୁ ଜୀବନରେ ଅସୁବିଧାର ସମୁଖୀନ ହୋଇଥାଏ l
: ଆଳସ୍ୟ ପରାୟଣ ବ୍ୟକ୍ତି କଦାପି ଜୀବନରେ ସଫଳତା କୁ ହାସଲ କରିପାରି ନଥାଏ, ଯାହାଦ୍ୱାରା ସେ ସବୁବେଳେ ପଶ୍ଚାତାପ କରିଥାଏ l
: ଆଳସ୍ୟ ଗୋଟିଏ ଏଭଳି ସ୍ଵଭାଵ ଯାହା ମଣିଷକୁ ବୁଦ୍ଧିହୀନ କରି ଦେଇଥାଏ ଓ ଉପହାସ ର କାରଣ କରି ଦେଇଥାଏ, ତେଣୁ ଆଳସ୍ୟ ବ୍ୟକ୍ତି ଅନ୍ୟର ଉପହାସ ର ଶିକାର ହୋଇଥାଏ l
: ଆଳସ୍ୟ ବ୍ୟକ୍ତିର କାର୍ଯ୍ୟ ଅନ୍ୟ ମାନଙ୍କୁ ନିରୁତ୍ସାହ କରିଥାଏ ଯାହାଦ୍ୱାରା ତା ନିକଟ ରୁ ଆତ୍ମୀୟ ପରିଜନଙ୍କ ସହିତ ସମସ୍ତେ ଦୂରେଇ ଯାଇ ଥାଆନ୍ତି l ତେଣୁ ଯେଉଁ ବ୍ୟକ୍ତି ଜୀବନ ରେ ଉନ୍ନତି କରିବାକୁ ଚାହୁଁଛି ସେ ଆଳସ୍ୟ ତ୍ୟାଗ କରିବା ନିହାତି ଆବଶ୍ୟକ l