Odisha news

କୋର୍ଟ ଭ୍ୟାନ ଧକ୍କାରେ ୧୨ବର୍ଷର ବାଳକ ମୃତ

0

ତାଳଚେର ତା ୧୦/୦୩ ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଶର୍ମାଛକ ନିକଟରେ କୋର୍ଟଭ୍ୟାନ୍ ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକରେ ବସିଥିବା ୧୨ବର୍ଷର  ଛୋଟପିଲା ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ତାଳଚେର ହାଣ୍ଡିଧୂଆଁ ଆଡ଼ୁ ହାଟତୋଟା ଆସୁଥିବା କୋର୍ଟଭ୍ୟାନ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ତେବେ ବାଇକ ଆରୋହୀ ସିରିଆ ଗ୍ରାମର ଶ୍ରବଣ ସାହୁ ଓ ତାଙ୍କ ବାଇକରେ ବସିଥିବା ସୁନିଲ ବେହେରା (୧୨)ଙ୍କୁ ବସାଇ ତାଳଚେର ଆଡ଼କୁ ଆସୁଥିଲେ । ଏହି ସମୟରେ ପଛପଟୁ କୋର୍ଟଭ୍ୟାନ୍ ଧକ୍କା ଦେଇଥିଲା ଯାହାଫଳରେ ସୁନିଲଙ୍କ ଘଟଣା ସ୍ଥଳରେ ମୃତୁ ହୋଇଥିଲା । ସୁନିଲଙ୍କ ଘର କଣିହାଁ ବ୍ଲକ ସଗଡ଼ିିପାଳ ଗ୍ରାମର ବୋଲି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ପୋଲିସ୍ ଘଟଣା ସ୍ଥଳରେ ପଂହଚି ମୃତ ସୁନିଲଙ୍କୁ ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାକୁ ଶବବ୍ୟଚ୍ଛେଦ ପାଇଁ ପଠାଇ ଦେଇ ଏକ ଅପମୃତ୍ୟୁ ମାମଲା ରୁଜୁକରିଥିବା ଜଣାପଡ଼ିଛି । ତେବେ ତାଳଚେର ଅତିରିକ୍ତ ଏସପି, ତାଳଚେର ଥାନା ଆଇଆଇସି, କୋଲିୟରୀ ଥାନା ଆଇଆଇସି ଡ଼ାକ୍ତରଖାନାରେ ରହି ଶବବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।

Ad2
Leave A Reply