Odisha news

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

0

ବାରିପଦା : ଆଜି ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ତରଫରୁ ଉକ୍ତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନ୍ୟାୟିକ ବ୍ୟବସ୍ଥା ତଥା ବିଭିନ୍ନ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଓ ବ୍ୟଙ୍ଗ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଯଥା ଆଦର୍ଶ ବିଦ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ ବିଦ୍ୟାଳୟର ୮୨ଜଣ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣର ସଚିବ ଶିବାନୀ ପରିଚାଳନା କରିଥିଲେ । ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ବିଚାରକ ଭାବେ ସିନିୟର ସିଭିଲ ଜଜ୍ ପଲ୍ଲବୀ ରାଣୀ ସାହୁ, ଅତିରିକ୍ତ ସିଭିଲ ଜଜ କୈଳାଶ ଚନ୍ଦ୍ର ସାହୁ, ଚିତ୍ରକାର ରାଜ କିଶୋର ମହାନ୍ତ ଓ ଶ୍ରୀମା ମହାବିଦ୍ୟାଳୟର ଏଚ୍ଓଡି ଶିବ ଶଙ୍କର ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ । ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ଦୀପକ ରଞ୍ଜନ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତା ପ୍ରତିଯୋଗୀମାନଙ୍କୁ ବିଭିନ୍ନ ନ୍ୟାୟିକ ଅଧିକାରୀ ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ଓ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସମାଜରେ ଆଇନ ସଚେତନତା ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲେ ।

IEC 2 years
Leave A Reply