Odisha news

ଏହି ରହସ୍ୟମୟୀ ମନ୍ଦିର ରେ ପଥର କରିଥାଏ ଭବିଷ୍ୟବାଣୀ , ଜାଣନ୍ତୁ ଚିନ୍ତାମଣୀ ମନ୍ଦିରର ଚମତ୍କାରୀ ଶକ୍ତି

0

ଭାରତ ଭୂମି ରହସ୍ୟ ଓ ଚମତ୍କାର ରେ ଭରପୁର, ସେହିଭଳି ଗୋଟିଏ ମନ୍ଦିର ମହାରାଷ୍ଟ୍ର ର ଧାରାଶିବ ଜିଲ୍ଲା ର ତୁଳଜାପୁର ରେ ସ୍ଥିତ ମା ତୁଳଜା ଭବାନୀ ମନ୍ଦିର ରେ ଗୋଟିଏ ଏଭଳି ରହସ୍ୟମୟୀ ପଥର ର ବିଶେଷତା ରହିଛି, ଯାହାକି ଲୋକଙ୍କ ଭବିଷ୍ୟ ବିଷୟରେ ସଂକେତ ଦେଇଥାଏ, ଯେତେବେଳେ କୌଣସି ବ୍ୟକ୍ତି ଏହି ପଥର ଉପରେ ଦୁଇ ହାତ ରଖି ମନରେ କୌଣସି ପ୍ରଶ୍ନ କରିଥାଏ, ତେବେ ଏହି ପଥର ଘୁରି ଥାଏ କିମ୍ବା ସ୍ଥିର ରହିଥାଏ, ଯାହାଦ୍ୱାରା ପ୍ରଶ୍ନ ର ଉତ୍ତର ହଁ କିମ୍ବା ନାଁ ରେ ମିଳିଥାଏ, ଏହି ଚମତ୍କାରୀ ପଥର ର କାହାଣୀ ଓ ଏହା ପଛରେ ଥିବା ରହସ୍ୟ ଜାଣିବା l

ଚିନ୍ତାମଣି ପଥର ର ରହସ୍ୟ –
ତୁଳାଜପୁର ରେ ମା ତୁଳଜା ଭବାନୀ ମନ୍ଦିର ରେ ସ୍ଥିତ ଏହି ପଥର ଅନେକ ବର୍ଷରୁ ଏହି ମନ୍ଦିରରେ ରହିଛି, ଏବଂ ଏହା ଶ୍ରଦ୍ଧାଳୁ ଙ୍କ ପାଇଁ ଆସ୍ଥାର କେନ୍ଦ୍ର ଅଟେ l କୁହାଯାଏ ଯେ କି ଯେବେ କୌଣସି ବ୍ୟକ୍ତି ଏହି ପଥର ଉପରେ ଦୁଇ ହାତ ରଖି ମନରେ କୌଣସି ପ୍ରଶ୍ନ କରିଥାଏ, ତେବେ ଏହି ପଥର ଘୁରି ଥାଏ କିମ୍ବା ସ୍ଥିର ରହିଥାଏ, ଯେଉଁଥିରେ ହଁ କିମ୍ବା ନାଁ ରେ ଉତର ମିଳିଥାଏ l

କୌଣସି ବ୍ୟକ୍ତି ଯଦି ଇଚ୍ଛା କରିଥାଏ ଏହି ମନ୍ଦିର ଉପରେ ହାତ ରଖିଥାଏ, ଏବଂ ନିଜ ମନରେ ଥିବା ପ୍ରଶ୍ନ କୁ ମନେମନେ ପଚାରିଥାଏ, ଏବଂ କିଛି ସମୟ ପାଇଁ ସ୍ଥିର ହୋଇ ବସିବାକୁ କୁହାଯାଇଥାଏ, ଯଦି ପଥର ଟି ଘୁରି ଥାଏ ତେବେ ଉତର ହଁ ଏବଂ ଯଦି ସ୍ଥିର ହୋଇ ରହିଥାଏ ତେବେ ଉତର ନାଁ ଅଟେ l ଏହି ପ୍ରକ୍ରିୟା ସମ୍ପୂର୍ଣ ଶ୍ରଦ୍ଧାରେ କରାଯାଇଥାଏ l

ବୈଜ୍ଞାନିକ ଦୃଷ୍ଟି କୋଣ କଣ ରହିଛି –
ଏହି ପଥରର ଗତିବିଧି କୁ ନେଇ ବୈଜ୍ଞାନିକ ମାନେ ମଧ୍ୟ ଅଧ୍ୟୟନ କରିଛନ୍ତି, କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ କାରଣ ମିଳିନାହିଁ l କିଛି ବିଶେଷଜ୍ଞ ଙ୍କ ମତରେ ଏହା ମାନବ ଶରୀର ର ଉର୍ଜା ଓ ପଥର ମଧ୍ୟରେ ସମ୍ପର୍କ ର ପରିଣାମ ହୋଇପାରେ l କିନ୍ତୁ ଏହା ସମ୍ପୂର୍ଣ ଭାବରେ ସିଦ୍ଧ ହୋଇପାରି ନାହିଁ l ସେଥିପାଇଁ ଏହାକୁ ଗୋଟିଏ ରହସ୍ୟ ଭାବରେ ଗ୍ରହଣ କରାଯାଇଛି l

ମନ୍ଦିରର ଇତିହାସ –
ମା ତୁଳଜା ଭବାନୀ ଙ୍କ ମନ୍ଦିର ର ଇତିହାସ ଖୁବ ପ୍ରାଚୀନ, ଏହି ମନ୍ଦିର କୁ ମରାଠା ସାମ୍ରାଜ୍ୟ ର ସଂସ୍ଥାପକ ଛତ୍ରପତି ଶିବାଜୀ ମହାରାଜ ଓ କୁଳଦେବୀ ମା ତୁଳଜା ଭବାନୀ ଙ୍କୁ ସମର୍ପିତ ଅଟେ l କୁହାଯାଏ ଯେ ଶିବାଜୀ ମହାରାଜ ଙ୍କୁ ଏହି ମନ୍ଦିରରେ ମା ଭବାନୀ ଙ୍କ ନିକଟରୁ ଅସ୍ତ୍ର ପ୍ରାପ୍ତ ହୋଇଥିଲା, ଯାହାକି ତାଙ୍କ ବିଜୟ ର ପ୍ରତୀକ ଥିଲା l

Leave A Reply