Odisha news

ଆମେ ଦୀର୍ଘ ୩୦ ବର୍ଷ ହେଲାଣି ଆତଙ୍କବାଦୀ ଙ୍କୁ ପାଳି ପୋସି ଆସୁଛୁ : ଆମେରିକା ର ନାମ ନେଇ କଣ କହିଗଲା ପାକିସ୍ତାନ

0

ପହଁଲଗାମ ରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପୁନର୍ବାର ଏକ୍ସପୋଜ ହୋଇସାରିଛି, ଏବଂ ସେ ବର୍ତମାନ ନିଜ ଗୁଣ ଗାନ କରି ବିଶ୍ୱ ସମୁଖରେ ଭଲ ହେବାକୁ ଚାହୁଁଚି, ଏହାକୁ ନେଇ ପାକିସ୍ତାନ ରକ୍ଷାମନ୍ତ୍ରୀ ଖୁଆଯା ଆସିଫ ସଫା ସଫା ସ୍ୱୀକାର କରିଛନ୍ତି ଯେ ଆଗାମୀ ୩୦ ବର୍ଷ ହେଲାଣି ପାକିସ୍ତାନ ଆତଙ୍କବାଦୀ ଙ୍କୁ ପାଳି ଆସୁଛି, ସ୍କାଇ ନିୟୁଜ କୁ ଦେଇଥିବା ଗୋଟିଏ ସାକ୍ଷାତକାର ରେ  ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ପାକିସ୍ତାନ ଉପରେ ଲଗାତର ଭାବରେ ଆତଙ୍କବାଦୀ ସଂଗଠନ କୁ ଫଣ୍ଡିଙ୍ଗ କୁ ନେଇ ଆରୋପ ଲାଗି ଆସୁଛି , ଏହା କେତେଦୂର ସତ ? ଏହାର ଉତ୍ତରରେ ପାକିସ୍ତାନ ରକ୍ଷାମନ୍ତ୍ରୀ କହିଥିଲେ ଯେ ହଁ, ଏହା ସତ୍ୟ ଅଟେ, କିନ୍ତୁ ସେ ଆରୋପ ଲଗାଇଛନ୍ତି କି ଆମେରିକା ପାଇଁ ପାକିସ୍ତାନ ଏହି କାର୍ଯ୍ୟ କରୁଛି l

ବିଶେଷ ଭାବରେ ଏହି ବୟାନ ସେହି ସମୟ ରେ ଆସିଛି ଯେତେବେଳେ ଆତଙ୍କବାଦ ଆକ୍ରମଣ ଭାରତରେ ହୋଇଛି, ଏହି ଆକ୍ରମଣ ରେ ପାଖାପାଖି ୨୮ ଜଣ ପର୍ଯ୍ୟଟକ ଙ୍କର ମୃତ୍ୟୁ ହୋଇଯାଇଛି l ଏହାର ଲିଙ୍କ ପାକିସ୍ତାନ ସହିତ ଜଡିତ ଓ  ଆତଙ୍କବାଦୀ ଷଡଯନ୍ତ୍ର ର ଗୋଟିଏ ଅଂଶ ଅଟେ l

ଏବଂ ପାକିସ୍ତାନ ରକ୍ଷାମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ଗମ୍ଭୀର ହେଲା ତେବେ ନିଶ୍ଚିନ୍ତ ଭାବରେ ଫୁଲ ସ୍କେଲ ରେ ଯୁଦ୍ଧ ହେବ l ଉଭୟ ଦେଶ ଙ୍କ ପାଖରେ ପରମାଣୁ ହତିଆର ରହିଛି, ଏବଂ ଉଭୟ ଦେଶ ଭାବି ଚିନ୍ତା ପଦକ୍ଷେପ ନେବା ଜରୁରୀ l

ଏହାଛଡା ପାକିସ୍ତାନ ମଧ୍ୟ କହିଛି ଯେ ଭାରତ ଯେଉଁ ଫଲସ ଅପରେସନ କରୁଛି ଯାହାକି ନିରାଧାର ଅଟେ, ଏବଂ ଭାରତ ଜାଣିଶୁଣି ଏଭଳି କରିଛି କାହିଁକିନା ସେ ପାକିସ୍ତାନ କୁ ବଦନାମ କରିବାକୁ ଚାହୁଁଚି l ୨୦୧୯ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ କହି ସାରିଛନ୍ତି ଯେ ପାକିସ୍ତାନ ରେ ବର୍ତମାନ ମଧ୍ୟ ୩୦ ରୁ ୪୦ ହଜାର ଆତଙ୍କବାଦୀ ପ୍ରଶିକ୍ଷଣ ନେଉଛନ୍ତି l

Govt
Leave A Reply