Odisha news

ଧୁମ୍ରପାନ ଦ୍ୱାରା ଫୁସଫୁସ ରେ ଜମିଥିବା ବର୍ଜ୍ୟବସ୍ତୁ ଆପଣଙ୍କ ପାଇଁ କ୍ୟାନ୍ସର ର କାରଣ ହୋଇପାରେ , ତେଣୁ ଘରୋଇ ଉପାୟରେ ସଫା କରନ୍ତୁ

0

ଧୂଆଁ ଦ୍ୱାରା ଜୀବନ ଖୋଜିବା ଖୁବ କଷ୍ଟ ସାଧ୍ୟ ଅଟେ, ଏହାକୁ ଅଣଦେଖା କରିବା ଉଚିତ ନୁହେଁ, ଅଧିକ ଧୁମ୍ରପାନ ମଧ୍ୟ ସେହିଭଳି ଶରୀର ପାଇଁ କଷ୍ଟକର ଅଟେ, ଯାହାକି ପ୍ରଶ୍ୱାସ ନଳୀ କୁ ବିଷାକ୍ତ ଟକ୍ସିକ ରେ ଭରିଦେଇଥାଏ , ଏବଂ ଧୀରେ ଧୀରେ ଜମା ହୋଇ ପ୍ରଶ୍ୱାସ ନଳୀ ବ୍ଲକ ହୋଇଯାଇଥାଏ l ଏବଂ ଗମ୍ଭୀର ରୋଗ ଫୁସଫୁସ କ୍ୟାନ୍ସର, କ୍ରନିକ ବ୍ରୋଙ୍କାଇଟିସ ଓ ଆସ୍ଥମା ର ବିପଦ ଆଣିଥାଏ l

ଯଦି ସମୟ ଥାଉ ଥାଉ ଉଚିତ ପଦକ୍ଷେପ ନେବା ତେବେ ଅନେକ ମାତ୍ରାରେ ଶରୀର ସୁସ୍ଥ ହୋଇଯିବ l ଏବଂ ଗୋଟିଏ ସୁସ୍ଥ ଜୀବନ ଅତିବାହିତ ହୋଇପାରିବ l ବିଶେଷଜ୍ଞ ଙ୍କ ମତରେ ଧୁମ୍ରପାନ ଛାଡିବା ପରେ ମଧ୍ୟ ଫୁସଫୁସ ରେ ଜମିଥିବା ବର୍ଜ୍ୟବସ୍ତୁ ସଫା ହୋଇନଥାଏ l

ତେଣୁ କିଛିଟା ଦେଶୀ ଉପାୟ ଦ୍ୱାରା ଏହାକୁ ସଫା କରିହେବ l ଆସନ୍ତୁ ଜାଣିବା ସେହି ଦେଶୀ ଉପାୟ ଗୁଡିକ କଣ ?

* ଫୁସଫୁସ ସଫା କରିବା ପାଇଁ ସବୁଠୁ ସହଜ ଉପାୟ ହେଉଛି ବାସ୍ପ ନେବା, ଗରମ ପାଣିର ବାସ୍ପ ଫୁସଫୁସ ର ନଳୀରେ ଜମିଥିବା ବର୍ଜ୍ୟ ବସ୍ତୁ କୁ  ସଫା କରିଥାଏ, ଏବଂ ପ୍ରଶ୍ୱାସ ନେବା ସହଜ କରିଥାଏ l

*ହଳଦୀ ରେ କରକ୍ୟୁମିନ ରହିଥାଏ ଏହା ଗୋଟିଏ ଚମତ୍କାର ଆଣ୍ଟିଆକ୍ସିଡେଣ୍ଟ ଅଟେ, ଯଦି ପ୍ରତିଦିନ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବେ ତେବେ ଫୁସଫୁସ ସଫା ହେବାରେ ସାହାଯ୍ୟ ମିଳିବ l  ଏବଂ ସଂକ୍ରମଣ ରୁ ଆରାମ ମିଳିବ l

* ଆୟୁର୍ବେଦ ଅନୁସାରେ ମୁଲେଠି ଫୁସଫୁସ ପାଇଁ ଟନିକ ଭଳି କାର୍ଯ୍ୟ କରିଥାଏ, ନିୟମିତ ମୁଲେଠି ରେ ପ୍ରସ୍ତୁତ ଚା ପିଇବା ଦ୍ୱାରା ପ୍ରଶ୍ୱାସ ନଳୀ ସଫା ହୋଇଯାଏ, ଏବଂ ବର୍ଜ୍ୟବସ୍ତୁ ବାହାରିଯାଏ l

* ଏହାଛଡା ଅଧିକ ରୁ ଅଧିକ ଫଳ, ପନିପରିବା, ଅଦା ଓ ରସୁଣ ଭଳି ଖାଦ୍ୟ ନିଜ ଡାଏଟ ରେ ସାମିଲ କରନ୍ତୁ l ବିଶେଷ ଭାବରେ ଭିଟାମିନ ସି ରେ ଭରପୁର ଖାଦ୍ୟ ଖାଇବା ଜରୁରୀ ଏବଂ ନିୟମିତ ଉଷୁମପାଣି ରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ l

Leave A Reply