Odisha news

ଗଲ ବ୍ଲେଡରରେ କାହିଁକି ହୋଇଥାଏ ଷ୍ଟୋନ, ଜାଣନ୍ତୁ ଷ୍ଟୋନର କାରଣ ଓ ଲକ୍ଷଣ

0

ଆମ ଶରୀରରେ କିଛି ଏଭଳି ବିଶେଷଅଙ୍ଗ ରହିଥାଏ, ଯାହାଙ୍କର କାର୍ଯ୍ୟ କିଛି ବିଶେଷ ନଥାଏ କିନ୍ତୁ ଯଦି ସେଥିରେ କିଛି ସାମାନ୍ୟ ଅସୁବିଧା ମଧ୍ୟ ହୋଇଥାଏ ଆମେ ଅନେକ କଷ୍ଟ ପାଇଥାଉ l ସେହିଭଳି ଗୋଟିଏ ଅଙ୍ଗ ହେଉଛି ଗଲ ବ୍ଲେଡର l  ଗଲ ବ୍ଲେଡର ପାଚନ ତନ୍ତ୍ର ର ମୁଖ୍ୟ ଅଂଶ ଅଟେ l ଯାହାକି ଲିଭର ଓ ସ୍ମଲ ଇଣ୍ଟେଷ୍ଟାଇନ ସହିତ ଜଡିତ l ଲିଭର ରେ ଗୋଟିଏ ବିଶେଷ ପ୍ରକାରର ଏଞ୍ଜାଇମ ସୃଷ୍ଟି ହୋଇଥାଏ, ଯାହା ଫ୍ୟାଟ କୁ ହଜମ କରାଇଥାଏ l ଯାହାକୁ ବାଇଲ କୁହାଯାଇ ଥାଏ, ଲିଭର ରୁ ବାଇଲ ଡକ୍ଟ ଜରିଆରେ ଏହା ଯାଇ  ଗଲ ବ୍ଲେଡର ରେ ଜମା ହୋଇଥାଏ l

ଗଲ ବ୍ଲେଡର ରେ ଷ୍ଟୋନ ର କାରଣ କଣ –
ଗଲ ବ୍ଲେଡର ରେ ଷ୍ଟୋନ ଗୋଟିଏ ସାଧାରଣ ସମସ୍ୟା, ଏହା ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଖରାପ ଲାଇଫଷ୍ଟାଇଲ ର କାରଣ ଅଟେ l ସାଧାରଣ ଭାବରେ  ଗଲ ବ୍ଲେଡର ରେ ଷ୍ଟୋନ କଥା ଶୁଣି ଲୋକେ ଭୟ କରି ଯାଆନ୍ତି l ଯଦି ସମୟ ଥାଉ ଥାଉ ଷ୍ଟୋନ ର ଚିକିତ୍ସା କରାଯାଏ ତେବେ ରୋଗୀ ଠିକ ହୋଇଯାଏ l କିନ୍ତୁ ଯଦି ଏହାକୁ ଅଣଦେଖା କରାଯାଏ ତେବେ ଏହା ବଡ଼ ସମସ୍ୟାର କାରଣ ହୋଇଥାଏ l

ଖାଦ୍ୟରେ ଥିବା ଫ୍ୟାଟ କୁ ହଜମ କରାଇବା ପାଇଁ  ଗଲ ବ୍ଲେଡର ମାଧ୍ୟମରେ ବାଇଲ ଡକ୍ଟ ସ୍ମଲଇଣ୍ଟେଷ୍ଟାଇନ କୁ ଯାଇଥାଏ l  ଗଲ ବ୍ଲେଡର କୁ ସାଧାରଣ ଭାଷାରେ ପିତ ଥଳି କୁହାଯାଇଥାଏ l କେବେକେବେ ଏହି  ଗଲ ବ୍ଲେଡର ରେ ଧୀରେ ଧୀରେ ଷ୍ଟୋନ ହେବାକୁ ଲାଗିଥାଏ ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ହୋଇଥାଏ l

ଷ୍ଟୋନ ର ଲକ୍ଷଣ –
– ପେଟର ଡାହାଣ ପାର୍ଶ୍ୱରେ ଯଦି ଲଗାତାର ଯନ୍ତ୍ରଣା ହେଉଛି ତେବେ ଏହା ଷ୍ଟୋନ ର ଲକ୍ଷଣ ଅଟେ l
– ଠିକ ଭାବରେ ଭୋକ ନଲାଗିବା ମଧ୍ୟ ହୋଇପାରେ ଷ୍ଟୋନ ର ଲକ୍ଷଣ l
– ଯଦି ଲଗାତାର ଭାବରେ ପାଚନ ସମ୍ବନ୍ଧିତ କୌଣସି ସମସ୍ୟା ଦେଖାଯାଏ ତେବେ ଏହା ହୋଇପାରେ ସ୍ତନ ର ଲକ୍ଷଣ l
– ପେଟରେ ଅତ୍ୟଧିକ ଗ୍ୟାସ ସମସ୍ୟା ରହୁଥିଲେ ହୋଇପାରେ ଷ୍ଟୋନ ର କାରଣ l
– ଗ୍ୟାସ ହୋଇ ବାନ୍ତି ଲାଗିବା ଦ୍ୱାରା ହୋଇଥାଏ ଷ୍ଟୋନ ସମସ୍ୟା l

ଗଲ ବ୍ଲେଡର ରେ ଷ୍ଟୋନ ସମସ୍ୟାରୁ କିପରି ଦୂରେଇ ରହିବେ –
– ଯଦି ଆମେ ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ନିୟମିତ ଖାଇଥାଉ ତେବେ ଷ୍ଟୋନ ସମସ୍ୟା ଦେଖା ଯିବାର ଅଧିକ ସମ୍ଭାବନା ରହିଥାଏ l ତେଣୁ ନିଜ ଖାଦ୍ୟ ସାମଗ୍ରୀରେ ଅଧିକ ତେଲ ଓ ଘିଅ ସହିତ ମସଲା ର ପ୍ରୟୋଗ କରନ୍ତୁ ନାହିଁ l

– ଏବଂ ନିଜ ଖାଦ୍ୟରେ ଅଧିକ ମାତ୍ରାରେ ସତେଜ ଫଳମୂଳ, ଏବଂ ପନିପରିବା ସେବନ କରିବା ଆରମ୍ଭ କରନ୍ତୁ l ନିୟମିତ ଫଳ ସେବନ  ଗଲ ବ୍ଲେଡର ରେ ସ୍ତନ ସମସ୍ୟାକୁ ଠିକ କରିଥାଏ l

– ନିଜ କୁ ମଦ୍ୟପାନ, ସଫ୍ଟ ଡ୍ରିଂକ୍ସ ସେବନ ଠାରୁ ଦୁରେଇ ରଖନ୍ତୁ l ଏହା  ଗଲ ବ୍ଲେଡର  ରେ ଷ୍ଟୋନ କାରଣ ମଧ୍ୟ ହୋଇଥାଏ l ଏବଂ ସୁଧ ଜଳ , ପଇଡ଼ ପାଣି ଇତ୍ୟାଦି ସେବନ କରନ୍ତୁ l

– ଆମିଷ ଖାଦ୍ୟ ଅପେକ୍ଷା ପନିପରିବା ଅଧିକ ମାତ୍ରାରେ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଏହା ଶରୀର କୁ ପୋଷାକ ଯୋଗାଇବା ସହିତ ଷ୍ଟୋନ ପାଇଁ ମଧ୍ୟ ଖୁବ ଲାଭ ଦାୟକ l

– ଓଜନ ବୃଦ୍ଧି ମଧ୍ୟ ଗୋଟିଏ ବଡ଼ ସମସ୍ୟା ତେଣୁ ଓଜନ କୁ ସନ୍ତୁଳିତ ରଖନ୍ତୁ l ନିୟମିତ କିଛିନା କିଛି ବ୍ୟାୟାମ କରନ୍ତୁ l

Ad2
Leave A Reply