ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି କେବଳ ଜୀବନ ରେ ମାର୍ଗ ଦର୍ଶନ କରାଇ ନଥାଏ, ବରଂ ମଣିଷର ସ୍ଵଭାଵ କୁ ମଧ୍ୟ ଦର୍ଶାଇ ଛନ୍ତି l ଆଜିର ଚାଣକ୍ୟ ନୀତିରେ ଏଭଳି ଲୋକଙ୍କ ବିଷୟରେ କୁହାଯାଇଛି ଯିଏକି ଏହି ସଂସାର ରେ ହିଁ ସ୍ୱର୍ଗ ସୁଖ ପ୍ରାପ୍ତି କରି ଥାଆନ୍ତି l ଏଭଳି ବ୍ୟକ୍ତିର ଜୀବନ ସର୍ବଦା ସୁଖମୟ ହୋଇଥାଏ ଏବଂ ସେ ଜୀବନ ର ସମସ୍ତ କ୍ଷେତ୍ରରେ ସୁଖ ସମୃଦ୍ଧି ଲାଭ କରିଥାଏ l
– ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ମଧୁର ବଚନ କହିଥାଏ ଏବଂ ଅନ୍ୟର ବେଦନା କୁ ବୁଝି ପାରିଥାଏ, ସେହିଭଳି ବ୍ୟକ୍ତି ଏହି ସଂସାର ରେ ସ୍ୱର୍ଗ ସୁଖ ଲାଭ କରିଥାଏ l ଏବଂ ଅନ୍ୟର ହୃଦୟ କୁ ଜୟ କରିପାରି ଥାଏ l ଏଭଳି ଲୋକ ଏହି ସଂସାର ରେ ସ୍ୱର୍ଗ ସୁଖ ଲାଭ କରିଥାଏ l ଯେଉଁ ମଣିଷ ସମସ୍ତଙ୍କ ସହିତ ମଧୁର ବାଣୀରେ କଥା ହୋଇଥାଏ ସେ ଅନ୍ୟକୁ ନିଜର ମିତ୍ର କରିଥାଏ l
– ଚାଣକ୍ୟ ଙ୍କ ନୀତିରେ ଯେଉଁ ମଣିଷ ସର୍ବଦା ଅନ୍ୟର ମଙ୍ଗଳ ଚିନ୍ତା କରିଥାଏ, ସେ ସର୍ବଦା ସୁଖୀ ରହିଥାଏ ଏବଂ ଏହି ସଂସାର ରେ ସ୍ୱର୍ଗ ସୁଖ ଲାଭ କରିଥାଏ l ଏଭଳି ବ୍ୟକ୍ତି କାହାର ଅନିଷ୍ଟ ଚିନ୍ତା କରିନଥାଏ ଏବଂ ଏଭଳି ବ୍ୟକ୍ତିର ସଭିଏଁ ମିତ୍ର ହୋଇ ଥାଆନ୍ତି l ସମସ୍ତଙ୍କ ସଦିଛା ଓ ଶୁଭକାମନା ଏଭଳି ବ୍ୟକ୍ତିଙ୍କ ସହିତ ସର୍ବଦା ରହିଥାଏ , ତେଣୁ ଏଭଳି ବ୍ୟକ୍ତି ଏହି ସଂସାର ରେ ସ୍ୱର୍ଗ ସୁଖ ଲାଭ କରନ୍ତି l
– ଯେଉଁ ବ୍ୟକ୍ତି ସତ ଚିନ୍ତା କରିଥାଏ, ସତ କର୍ମ କରିଥାଏ, ଏବଂ ନିଜ ମଧ୍ୟରେ ସମାଜକୁ ପରିବର୍ତନ କରିବାର ସାହସ ରଖିଥାଏ ଏଭଳି ବ୍ୟକ୍ତି ଙ୍କ ଉପରେ ସ୍ୱୟଂ ଈଶ୍ୱରଙ୍କ କୃପା ରହିଥାଏ, ଏବଂ ଏହି ସ୍ୱଭାବର ବ୍ୟକ୍ତି ସଂସାର ରେ ହିଁ ସ୍ୱର୍ଗ ସୁଖ ଲାଭ କରି ଥାଆନ୍ତି l ଚାଣକ୍ୟ ଙ୍କ ନୀତି ଅନୁସାରେ ମଣିଷ ନିଜ ସ୍ଵଭାଵ ଦ୍ୱାରା ଶତ୍ରୁ କୁ ମଧ୍ୟ ମିତ୍ର କରିପାରି ଥାଏ ଏଭଳି ବ୍ୟକ୍ତି l ତେଣୁ ଏଭଳି ମଣିଷ ଏହି ପୃଥିବୀ ରେ ହିଁ ସ୍ୱର୍ଗ ସୁଖ ଲାଭ କରିଥାଏ l
– ଯେଉଁ ବ୍ୟକ୍ତି ନିଜ ସ୍ଵଭାଵ ରେ ଅନ୍ୟର ମନକୁ ଜୟ କରିଥାଏ ତା ପ୍ରତି ସର୍ବଦା ଈଶ୍ୱରଙ୍କ କୃପା ଦୃଷ୍ଟି ରହିଥାଏ, ଏବଂ ସେ ଅନ୍ୟର ଅନିଷ୍ଟ ଚିନ୍ତା ମଧ୍ୟ କରିନଥାଏ l ଅନ୍ୟକୁ ସାହାଯ୍ୟ କରିବାରେ ସବୁଠୁ ଆଗରେ ରହି ଥାଆନ୍ତି ଏଭଳି ସ୍ୱଭାବର ବ୍ୟକ୍ତି l ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରନ୍ତି l ଏହିସବୁ ସ୍ଵଭାଵ ର ବ୍ୟକ୍ତି ଙ୍କ ଉପରେ ରହିଥାଏ ଈଶ୍ୱର ଙ୍କ କୃପା l
