ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ – ଚୀନ ସୀମା ବିବାଦକୁ ନେଇ ପୁଣି ଥରେ ପ୍ରତ୍ରିକ୍ରିୟା ରଖିଛନ୍ତି l ସେ କହିଛନ୍ତି ଯେ ” ଆମେରିକା ଦୁଇ ଦେଶ ସହ କଥା ବାର୍ତା କରୁଛି , ଯାହା ଦ୍ୱାରା ବର୍ତମାନ ସମୟରେ ଚାଲିଥିବା ସୀମା ବିବାଦର କିଛି ନl କିଛି ସମାଧାନର ବାଟ ବାହାରିବ” ଓକ୍ଳlହାମା ରାଲି ସମ୍ବୋଧନ କରିବା ପୂର୍ବରୁ ଶନିବାର ଦିନ ହ୍ୱାଇଟ ହାଉସରେ ପତ୍ରକାର ମାନଙ୍କ ସହିତ କଥାବାର୍ତା କରି ଟ୍ରମ୍ପ ଏହି କଥା କହିଛନ୍ତି l
ଭାରତ ଓ ଚୀନ ମଧ୍ୟରେ ବର୍ତମାନ ସ୍ତିତିକୁ ନେଇ ପତ୍ରକାର ମାନେ ପ୍ରଶ୍ନ କରିଥିଲେ ମଧ୍ୟ ଟ୍ରମ୍ପ କାହରବି ପକ୍ଷ ନେଇନଥିଲେ , କିନ୍ତୁ କହିଥିଲେ ଯେ ଦୁଇ ଦେଶ ମୁହାଁ ମୁଁହି ହୋଇଯାଇଛନ୍ତି ଦେଖାଯାଉ କଣ ହୋଉଛି l ଆମେରିକା ଉଭୟଦେଶକୁ ଏହି ସଙ୍କଟରୁ ବାହାରିବା ପାଇଁ ସାହାଯ୍ୟ କରିବା l ଏହା ପୂବରୁ ମଧ୍ୟ ଆମେରିକା ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାପାଇଁ ପ୍ରସ୍ତାବ ଦେଇଥିଲା କିନ୍ତୁ ଉଭୟ ଦେଶ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ l
ଆମେରିକା ଚୀନ ଉପରେ ଭାରତ ଓ ଅନ୍ୟ ପଡୋଶୀ ରାଷ୍ଟ୍ରଙ୍କ ସହିତ ସୀମାକୁ ନେଇ ଉତେଜନା ସୃଷ୍ଟି କରୁଥିବାର ଦୋଷ ଲଗାଇଛି l ଗୋଟିଏ ଦିନ ପୂର୍ବରୁ ଆମେରିକାର ମନ୍ତ୍ରୀ ମାଇକ ପୋମ୍ପିୟା କହିଛନ୍ତି ଯେ ” ଚୀନ ଭାରତ ସହିତ ଉତେଜନାକୁ ବଢ଼ାଇ ଦେଇଛି , ଯିଏକି ଦୁନିଆର ସବୁଠୁ ବଡ ରାଷ୍ଟ୍ର l ଚୀନ ଅବୈଧ୍ୟ ଭାବରେ ଅଧିକ ଜାଗାକୁ ତାର ସୀମାରେ ନେବାକୁ ଚାହୁଁଛି l