Odisha news

ଟ୍ରକ ଓଲଟି ଡ୍ରାଇଭର ମୃତ କ୍ଷତିପୁରଣ ଦାବୀରେ ଦିର୍ଘ ୧୨ ଘଣ୍ଟା ଧରି ଶବ ଅଟକ

0

କଣିହାଁ : କଣିହାଁ ଥାନା ଅନ୍ତର୍ଗତ ଟାକୁଆ ଗ୍ରାମ ନାଳିତଇଲା ନିକଟରେ ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରାଇଭରର ମୃତ୍ୟୁ ହୋଇଛି । ଟ୍ରକ ଡ୍ରାଇଭର ଭଗବାନ ଦେହୁରୀ(୨୭)ର ଘର ସମଲ ଥାନା କଟରପଡା ଗ୍ରାମରେ । ଭଗବାନ ଗତ ରାତିରେ ଓଆର୧୯ସି୭୪୧୨ ଟ୍ରକରେ କୋଇଲା ବୋଝେଇ କରୋ ଜେଆଇଟିପିଏଲ ପ୍ଲାଂଟକୁ ଯାଇଥିଲା । ରବିବାର ଭୋର ସକାଳ ପ୍ରାୟ ୪ଘଟିକା ସମୟରେ କୋଇଲା ଖାଲି ଫେରୁଥିବା ସମୟରେ ବାଟରେ ଟାକୁଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ।

ଉକ୍ତ ଖବର ପ୍ରଚାରିତ ହେବାପରେ ପରିବାର ତଥା ଜନସାଧାରଣଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ପାଇଁ ଦାବୀ କରାଯିବାସହ ଶବ ଅଟକ ରଖାଯାଇଥିଲା । ପରେ କଣିହାଁ ଥାନା ଅଭ୍ୟର୍ଥନା କକ୍ଷରେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ପାଳଲହଡା ଏସଡିପିଓ ଯଶୋବନ୍ତ ସାମଲ, କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ, ଜେଆଇଟିପିଏଲ ମ୍ୟାନେଜମେଂଟ ପକ୍ଷରୁ ପ୍ରଭାତ କୁମାର ବିଶ୍ୱାଳ, କୁଲେଇ ପଂଚାୟତ  ସମିତିସଭ୍ୟା ରିନାରାଣି ସାହୁ, ଡେରଙ୍ଗ ପଂଚାୟତ ସରପଂଚ ମୁକେଶ ସାହୁ,ସୁନିଲ ପ୍ରଧାନ, ରଂଜନ ସାହୁ, ସୁଶାନ୍ତ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ କ୍ଷତିପୁରଣ ସଂପର୍କରେ ଆଲୋଚନା କରାଯାଇଥିଲା ।

ପାଳଲହଡା ବିଧାୟକଙ୍କ ହସ୍ତକ୍ଷେପ ଫଳରେ ମୃତକ ପରିବାରକୁ କ୍ଷତିପୁରଣ ବାବଦକୁ ଜେଆଇଟିପିଏଲ ୯ଲକ୍ଷ ଟଙ୍କା ଓ ପରିବାର ପ୍ରତିପୋଷଣ ପାଇଁ ମାସିକ ୫ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ଲିଖିତ ପ୍ରତିଶୃତି ଦେବାସହ କ୍ଷତିପୁରଣ ଟଙ୍କା ଆସନ୍ତା ଅଗଷ୍ଟ ମାସରେ ବିଧାୟକଙ୍କ ଉପସ୍ଥିତିରେ ପ୍ରଦାନ କରାଯିବ ବøାଲି ନିଷ୍ପତି ହୋଇଥିଲା । ଟ୍ରକ ମାଲିକ ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ଯାହାକି ବିଧାୟକ ମୃତ ପରିବାରକୁ ହସ୍ତାନ୍ତର କରିଥିଲେ । ଉକ୍ତ ସମସ୍ତ ନିଷ୍ପତି ପରେ ଦିର୍ଘ ୧୨ଘଂଟା ପରେ ଅପରାହ୍ନ ପ୍ରାୟ ୫ଘଟିକା ସମୟରେ ଶବ ଉଠିଥିଲା ।  ପରେ ପୋଲିସ ଏଥିନେଇ ଏକ ମୋକଦମା ରୁଜୁ କରି ଶବ ବ୍ୟବଛେଦ ପାଇଁ ତାଳଚେର ପଠାଇ ତଦନ୍ତ ଜାରି ରଖିଛନ୍ତି ।

Leave A Reply