ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍। କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର। ଏହି ଟିମ୍ରେ ୧୦ ଜଣ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ ୯ ଜଣଙ୍କୁ ରାଜ୍ୟ ବିଜେପି ସଂପାଦକ ଦାୟିତ୍ୱ ଦିଆଯାଇଛି।
ଉପସଭାପତି ଟିମ୍
ଉପସଭାପତି ହେଲେ- ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶି ଓରାମ, ଭୃଗୁ ବକ୍ସିପାତ୍ର, ଅନୀତା ପଟ୍ଟନାୟକ ଓ ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡ଼ାଙ୍କୁ ବି ଉପସଭାପତି ଦାୟିତ୍ୱୁ ଦିଆଯାଇଛି।
ସାଧାରଣ ସମ୍ପାଦକ ଟିମ୍
ସେହିଭଳି ୪ ସାଧାରଣ ସମ୍ପାଦକ ଟିମ୍ରେ ରହିଛନ୍ତି,- ପୂର୍ବପରି ସାଧାରଣ ସଂପାଦକ ରହିଲେ ପୃଥ୍ୱୀରାଜ ହରିଚନ୍ଦନ। ମୁଖପାତ୍ରରୁ ସାଧାରଣ ସମ୍ପାଦକ ହେଲେ ଗୋଲକ ମହାପାତ୍ର। ସେହିଭଳି ସମ୍ପାଦିକାରୁ ସାଧାରଣ ସମ୍ପାଦିକା ହେଲେ ଲେଖାଶ୍ରୀ ସାମନ୍ତସିଂହାର। ପୂର୍ବତନ ବିଧାୟକ ରବି ନାୟକଙ୍କୁ ମଧ୍ୟ ସାଧାରଣ ସଂପାଦକ ଦାୟିତ୍ୱ ମିଳିଛି। ସେହିଭଳି ପୂର୍ବପରି ସାଧାରଣ ସଂପାଦକ (ସଂଗଠନ) ରହିଲେ ମାନସ ମହାନ୍ତି।
ମୁଖପାତ୍ର ଟିମ୍
୧୦ ଜଣଙ୍କୁ ରାଜ୍ୟ ବିଜେପିର ମୁଖପାତ୍ର ଦାୟିତ୍ୱ ମିଳିଛି। ସେମାନେ ହେଲେ- ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ମୁଖପାତ୍ର ଦାୟିତ୍ୱ ମିଳିଛି।
ସମ୍ପାଦକ ଟିମ୍
ସମ୍ପାଦକ ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ହେଲେ- ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ ସଂପାଦିକା ଦାୟିତ୍ୱ।
ବଦଳିଲେ ୬ ମୋର୍ଚ୍ଚାର ସଭାପତି
ସେହିପରି ରାଜ୍ୟ ବିଜେପିର ୬ ମୋର୍ଚ୍ଚାର ସଭାପତି ବଦଳିଛନ୍ତି। ଇରାଶିଷ ଆଚାର୍ଯ୍ୟ ହେଲେ ଯୁବମୋର୍ଚ୍ଚା ସଭାପତି। ସ୍ମୃତି ପଟ୍ଟନାୟକ ହେଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ କୃଷକ ମୋର୍ଚ୍ଚା ଦାୟିତ୍ୱ ମିଳିଥିବା ବେଳେ ସାଂସଦ ବିଶେଶ୍ୱର ଟୁଡୁ ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି
ଦାୟିତ୍ୱ ମିଳିଛି। ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ- ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ହୋଇଥିବା ବେଳେ ସିକନ୍ଦର ଅଲ୍ଲୀ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆଯାଇଛି।