Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

ଭୁବନେଶ୍ୱର : ୦୫ ମଇ,୨୦୨୦:  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଧରଣୀଧର ନାୟକ (ଭୂୟାଁ)ଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିା ଜନଜାତି ଅଧିକାର, ସୁରକ୍ଷା ଓ କଲ୍ୟାଣ ପାଇଁ ତାଙ୍କ ସଂଗ୍ରାମ ସର୍ବଦା ସ୍ମରଣୀୟ ଓ ପ୍ରେରଣାଦାୟୀ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତିା

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‍ଫରେନ୍‍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଦ୍‍ଜନିତ ପରିସ୍ଥିତି ସମ୍ପର୍କରେ ସହିତ ସମୀକ୍ଷା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, କୋଭିଡ୍‍ ପରୀକ୍ଷଣ, କୋଭିଡ଼ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ ବିଷୟରେ ସମୀକ୍ଷା କରିବା ସହ ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରରେ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅପେକ୍ଷାକୃତ ଭଲ ରହିଥିଲେ ମଧ୍ୟ ଆମେ ଆତ୍ମସନ୍ତୋଷ ଲାଭ ନକରି ଆଗାମୀ ଦିନରେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର୍‍ କରିବା ଏକାନ୍ତ ଆବଶ୍ୟକ ।
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୯୦୧ଟି ନମୁନା ପରୀକ୍ଷା କରିଥିବାରୁ ସେମାନଙ୍କୁ ପ୍ରଶଂସା କରିବା ସହିତ ରାଜ୍ୟରେ କୋଭିଡ୍‍ ପରୀକ୍ଷଣ ପ୍ରସ୍ତୁତିକୁ ଜୋରଦାର କରିବା ପାଇଁ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାରିପଦା, ବାଲେଶ୍ୱର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟିଂ ସୁବିଧାର ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 ସୁରତରୁୁ ଓଡ଼ିଶାକୁ ଦୀର୍ଘ ପଥ ବସ୍‍ରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରତରୁ କେବଳ ଟ୍ରେନ୍‍ ଯୋଗେ ଓଡ଼ିଶା ଫେରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯିବ ।
 ମାନ୍ୟବର ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ କରିବା ସହ ନିମ୍ନୋକ୍ତ ବିଷୟଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତିା ଗ୍ରୀନ୍‍ ଜୋନ୍‍ରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ୱାଭାବିକ କରାଯିବ । ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ । ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟା ସମ୍ପର୍କରେ ସରକାର ଚ୍ୟାମ୍ବର ଅଫ ଇଣ୍ଡିଆନ୍‍ ଇଣ୍ଡଷ୍ଟଜ୍‍ ଓ ଇଣ୍ଡିଆନ୍‍ ଚ୍ୟାମ୍ବର ଅଫ୍‍ କମର୍ସ ତଥା ବ୍ୟାଙ୍କମାନଙ୍କ ସହିତ ଖୁବ୍‍ ଶୀଘ୍ର ଆଲୋଚନା କରିବେ । ଜାପାନ, କୋରିଆ ଏବଂ ଆମେରିକାରୁ ଯେପରି ଅଧିକ ପୁଞ୍ଜି ରାଜ୍ୟକୁ ଆସିପାରିବ ସେଥିପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ ।
ମିଶନ ଶକ୍ତିର ମା’ ମାନେ ଏହି କଠିନ ପରିସ୍ଥିତିରେ ଏକ କୋଟିରୁ ଅଧିକ ମିଲ୍‍ ଯୋଗାଇ  ସାରିଲେଣି । ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପା=ିରୁ ପ୍ରତି ମିଲ୍‍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲା ଯେଉଁଠାରୁ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି, ସେହି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।
ଦ୍ଧ ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ, ସେ ଦିଗରେ ପଦକ୍ଷେପ ନିଆଯିବ ।

 ଲକ୍‍ ଡାଉନ୍‍ ଜାରି ରହିଥିବାବେଳେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୯୧ ଲକ୍ଷ ୫୬ ହଜାର ୨୮୯ ଜଣ ରାସନ୍‍ କାର୍ଡଧାରୀ ପରିବାରକୁ ଆଗୁଆ ଅପ୍ରେଲ୍‍, ମଇ ଓ ଜୁନ୍‍ ତିନିମାସ ପାଇଁ ଚାଉଳ ଓ ଗହମ ଦିଆଯାଇଛିା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜି ସୁଦ୍ଧା ୯୧ ଲକ୍ଷ ୮୪ ହଜାର ୯୭୫ ଜଣ କାର୍ଡଧାରୀ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ନଗଦ ରିଲିଫ୍‍ ଆକାରରେ ୯୧୮ କୋଟି ୪୯ ଲକ୍ଷ ୭୫ ହଜାର ଟଙ୍କା ଦିଆଯାଇଛିା ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ୫୪,୨୦୮ ପରିବାରର ୧ ଲକ୍ଷ ୪୯ ହଜାର ୨୬୮ ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛିା

 ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୪୩ ଲକ୍ଷ ୬୭ ହଜାର ୯୧୯ ଜଣ କାର୍ଡଧାରୀଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ତିନିମାସ ପାଇଁ ଏବଂ କାର୍ଡ ପିଛା ୧ କେଜି ଡାଲି ତିନି ମାସ ପାଇଁ ବିନାମୂଲ୍ୟରେ ଦିଆଯାଇଛିା ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ୩୭,୨୮୭ କାର୍ଡଧାରୀଙ୍କୁ ଅତିରିକ୍ତ ଚାଉଳ ବାବଦକୁ ମୁଣ୍ଡପିଛା ୫ କେଜି ହିସାବରେ ତିନିମାସ ପାଇଁ ଏବଂ କାର୍ଡ ପିଛା ୧ କେଜି ଡାଲି ତିନି ମାସ ପାଇଁ ବିନାମୂଲ୍ୟରେ ଦିଆଯାଇଛିା
 କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୦୭୫୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୪ ଲକ୍ଷ ୬୮ ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଛିା ।

 ଗ୍ରାମାଞ୍ଚଳରେ ଏହିସବୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦୁ୍ୟତ ସେବା, ପାନୀୟ ଜଳ, ରୋଷେଇ ଘର, ଗାଧୁଆ ଘର ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଇଛିା କ୍ୱାରାଣ୍ଟାଇନ୍‍ରେ ରହୁଥିବା ଲୋକମାନଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ କିଟ୍‍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ସହ ଘରୋଇ ସୁରକ୍ଷା ଗାର୍ଡ ଏବଂ ଗ୍ରାମରକ୍ଷୀମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛିା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛିା

 ଚଳିତ ରବି ଋତୁରେ ରାଜ୍ୟରେ ଭଲ ଫସଲ ଅମଳ ହୋଇଛିା ସମୁଦାୟ ୪୩ ଲକ୍ଷ ମେଟି୍ରକ୍‍ ଟନ୍‍ ପନିପରିବା ଉତ୍ପାଦିତ ହୋଇଛିା ବିପଣନ ଉଦ୍ଦେଶ୍ୟରେ ବ୍ୟବସାୟୀମାନଙ୍କ ସହିତ କୃଷକମାନଙ୍କୁ ସଂଯୁକ୍ତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ େଓ୍ୱବ୍‍ପୋର୍ଟାଲ୍‍ ଆରମ୍ଭ କରାଯାଇଛିା ଏହି ପୋର୍ଟାଲ୍‍ରେ ବର୍ତ୍ତମାନ ସୁଦ୍ଧା ୧୨୪୬ ଜଣ ବ୍ୟବସାୟୀ ପଞ୍ଜୀକରଣ କରିଥିବାବେଳେ ୮୮୨ରୁ ଊର୍ଦ୍ଧ୍ୱର୍ ଚାଷୀ ୬୧,୦୦୦ କ୍ୱିଣ୍ଟାଲ୍‍ ପନିପରିବା ଉତ୍ପାଦନ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତିା ପୋର୍ଟାଲ୍‍ ମାଧ୍ୟମରେ ଏପର୍ଯ୍ୟନ୍ତ ୭୫୦୦ କ୍ୱିଣ୍ଟାଲ୍‍ ଉତ୍ପାଦ ବିକି୍ର ହୋଇସାରିଲାଣିା

 ରାଜ୍ୟର ୩୦ଟି ଜିଲ୍ଲାରେ ଉଦ୍ୟାନକୃଷି ସଂପର୍କିତ ଦୈନନ୍ଦିନ ବିପଣନ କାର୍ଯ୍ୟ ତଦାରଖ କରିବା ପାଇଁ ୩୦ ଜଣ ନୋଡାଲ୍‍ ଅଫିସରଙ୍କୁ ମନୋନୀତ କରାଯାଇଛିା
 କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଚାଷୀଭାଇମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ରୋଗପୋକ ପରିଚାଳନା, ମଣ୍ଡି ପଞ୍ଜୀକରଣ ଓ ପନିପରିବାର ପରିବହନ ତଥା ବିକ୍ରୟ ସଂପର୍କିତ ପରାମର୍ଶ ଦେବା ପାଇଁ ଏକ ଟୋଲ୍‍ ଫି୍ର ହେଲପ୍‍ଲାଇନ୍‍ “ଆମ କୃଷି’: ୧୮୦୦-୧୦୨-୫୧୬୬ ଅହୋରାତ୍ର କାର୍ଯ୍ୟ କରୁଛିା
 ଆନ୍ତଃଜିଲ୍ଲା ଶ୍ରମିକ ଯାତାୟତକୁ ବାଧାମୁକ୍ତ କରିବା ନିମନ୍ତେ ସରକାର ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତିା
 ଗ୍ରୀନ୍‍ ଓ ଅରେଞ୍ଜ ଜୋନ୍‍ ଜିଲ୍ଲା ବା ମୁ୍ୟନିସିପାଲ୍‍ କର୍ପୋରେସନ୍‍ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାଧାରଣ ଭାବେ ଶ୍ରମଭିତ୍ତିକ କାର୍ଯ୍ୟ ଚାଲିବା ରେଡ୍‍ ଜୋନ୍‍ ଜିଲ୍ଲା ବା ମୁ୍ୟନିସିପାଲ୍‍ କର୍ପୋରେସନ୍‍ ଅନ୍ତର୍ଗତ ଗ୍ରାମାଞ୍ଚଳରେ ମଧ୍ୟ ସବୁପ୍ରକାର ଶ୍ରମଭିତ୍ତିକ କାର୍ଯ୍ୟ ଚାଲିବା କେବଳ ରେଡ୍‍ ଜୋନ୍‍ ଜିଲ୍ଲାର ସହରାଞ୍ଚଳ ଓ ମୁ୍ୟନିସିପାଲ୍‍ କର୍ପୋରେସନ୍‍ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଶ୍ରମିକ ଯଦି ସେହି ଅଞ୍ଚଳରେ ରହୁଛନ୍ତି, ତେବେ ସେମାନଙ୍କୁ ନେଇ ନିର୍ମାଣ କାର୍ଯ୍ୟ କରାଯାଇପାରିବା ରେଡ୍‍ ଜୋନ୍‍ର ସହରାଞ୍ଚଳଗୁଡ଼ିକୁ ବାହାରୁ କୌଣସି ଶ୍ରମିକଙ୍କୁ ଅଣାଯାଇ ପାରିବ ନାହିାଁ

 ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ କର୍ଫୁ୍ୟଭଳି ପରିସ୍ଥିତି ଜାରି ରହିବା ହେତୁ ଶ୍ରମିକମାନଙ୍କୁ ନିୟୋଜିତ କରିଥିବା ମାଲିକ, ଠିକାଦାର ଓ ଅନ୍ୟାନ୍ୟ କର୍ମଚାରୀମାନେ ସନ୍ଧ୍ୟା ୬ଟା ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଶ୍ରମିକମାନେ ସନ୍ଧ୍ୟା ୭ ଘଟିକା ପୂର୍ବରୁ ସେମାନଙ୍କ ଘରକୁ ଫେରିଯାଇ ପାରିବୋ
 ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶ୍ରମ ଆୟୁକ୍ତଙ୍କ ଅଧୀନରେ ଏକ ହେଲପ୍‍ଲାଇନ୍‍-୧୮୦୦୩୪୫୬୭୦୩ ଓ ହ୍ୱାଟସ୍‍ଆପ୍‍-୭୦୦୮୧୧୦୭୧୭ ଖୋଲାଯାଇଛିା
 ଆଜି ରାଜ୍ୟର ୫୦୫୭ ଗ୍ରାମ ପଞ୍ଚାୟତରେ ୩,୧୧,୭୬୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ ଟି ପୌରାଞ୍ଚଳରେ ୩୫,୮୯୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୪ରୁ ମଇ ୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୨ଟି ମାମଲା ଦାୟର କରାଯାଇଛିା ସମସ୍ତ ୧୨ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ବିଭିନ୍ନ ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଦ୍ଧ ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪୪୬୬୩ ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
ଦ୍ଧ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୭୪ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
ଦ୍ଧ ୬୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
ଦ୍ଧ ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ଦ୍ଧ ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୧୩ ରହିଛିା
ଦ୍ଧ ୨୨୬ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା

Leave A Reply