Odisha news

ଲକ୍‍ଡାଉନ ସମୟରେ ଖାଦ୍ୟ ନିରାପତ୍ତାକୁ ପ୍ରାଥମିକତା ଦିଆଯାଇଛି: ଯୋଗଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ

0

ଭୁବନେଶ୍ୱର : ୦୫ ମଇ,୨୦୨୦ : (କୋଭିଡ୍‍-୧୯) ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସାରା ଦେଶ ସମେତ ଓଡ଼ିଶାରେ ଲକ୍‍ଡାଉନ (ତାଲାବନ୍ଦ) ଜାରି କରାଯାଇଥିବା ବେଳେ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମୟୋଚିତ ପଦକ୍ଷେପ ସ୍ୱରୂପ ସମସ୍ତ ପିଡ଼ିଏସ୍‍ କାର୍ଡ ହିତାଧିକାରୀମାନଙ୍କୁ ୩ ମାସର ଆଗୁଆ ରାସନ ସାମଗ୍ରୀ ଏକକାଳୀନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରତି ପି.ଡ଼ି.ଏସ୍‍. କାର୍ଡାଧାରୀଙ୍କୁ ନଗଦ ରିଲିଫ ଆକାରରେ ୧୦୦୦ ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାସନ କାର୍ଡଧାରୀମାନଙ୍କୁ ୧୨,୩୫୬ଟି ସୁଲଭମୂଲ୍ୟ ଦୋକାନ ମାଧ୍ୟମରେ ତିନିମାସର ଚାଉଳ ଓ ଗହମ ଏକକାଳୀନ ଦେବା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ରାସନକାର୍ଡଧାରୀ ପରିବାରଙ୍କୁ ଏପି୍ରଲ, ମେ ଓ ଜୁନ୍‍ ତୈ୍ରମାସିକ ଆଗୁଆ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା କ୍ଷେତ୍ରରେ ଓଡ଼ିଶା ଭାରତ ବର୍ଷରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଏହିଭଳି ଏକ ଅସ୍ୱାଭାବିକ ପରିସ୍ଥିତିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭାଗର ଅଧିକାରୀବୃନ୍ଦ, କ୍ଷେତ୍ର ଅଧିକାରୀ ଓ କର୍ମଚାରୀ, ପି.ଡି.ଏସ ରିଟେଲର, ଯୋଗାଣ ସହାୟକ, ଖାଦ୍ୟ ସାମଗ୍ରୀ ପରିବହନରେ ନିୟୋଜିତ ହଜାର ହଜାର ଟ୍ରକ ଡ୍ରାଇଭର, ହେଲପର ଓ ଶ୍ରମିକମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଏତେ କମ ସମୟରେ ରାସନ୍‍କାର୍ଡଧାରୀମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇ ପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା

ଏହି କ୍ରମରେ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୯୧ ଲକ୍ଷ ୫୬ ହଜାର ୨୮୯ ଜଣ କାର୍ଡଧାରୀ ପରିବାରଙ୍କୁ ତିନିମାସର ଏକକାଳୀନ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ନଗଦ ରିଲିଫ ଆକାରରେ ସମସ୍ତ କାର୍ଡଧାରୀଙ୍କୁ କାର୍ଡ ପିଛା ୧୦୦୦ ଟଙ୍କା ନଗଦ ପ୍ରଦାନ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ୯୧ ଲକ୍ଷ ୮୪ ହଜାର ୯୭୫ ଜଣ କାର୍ଡଧାରୀଙ୍କୁ ମୋଟ ୯୧୮ କୋଟି ୪୯ ଲକ୍ଷ ୭୫ ହଜାର ଟଙ୍କା ବଣ୍ଟନ କରାଯାଇଛି ।

ଏଥିସହିତ ରାଜ୍ୟରେ ଚାଉଳ, ଗହମ, ଅଟା, ଡାଲି, ଖାଇବା ତେଲ, ଆଳୁ, ପିଆଜ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ଅଛି ଏବଂ ଏ ସବୁର ଯୋଗାଣ ଓ ବିକି୍ର ଉପରେ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏକ କଠିନ୍‍ ପରିସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶାବଳୀର ସଠିକ୍‍ ଅନୁପାଳନ ଓ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ ଜାରି ରଖିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତିା

Govt
Leave A Reply