Odisha news

ସାଲେପୁର ସବଜେଲରୁ କଏଦୀ ଚମ୍ପଟ୍ ,କଏଦୀକୁ ସାଲେପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ

0

ସାଲେପୁର, ୫ ।୫- ସାଲେପୁର ସବଜେଲରୁ ଚମ୍ପଟ ମାରିଥିବା କଏଦୀକୁ ସାଲେପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ କାର୍ଯ୍ୟରେ ଅବହେଳା କରିଥିବା ଦୁଇଜଣ ଜେଲ୍ ୱାର୍ଡରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ସାଲେପୁର ସବଜେଲରୁ ସଜା କାଟୁଥିବା ଅପରାଧୀ ସାଲେପୁର ଥାନା ଅନ୍ତର୍ଗତ କେନ୍ଦୁପାଟଣା ପଞ୍ଚାୟତ ଖଣ୍ଡଗାଁ ଗ୍ରାମର ନୃସିଂହ ନାଥ ସାମଲ(୨୧) ଗତକାଲି ସନ୍ଧ୍ୟା ଲକ୍ଆଉଟ୍ ପୂର୍ବରୁ ଖସି ପଳାଇଯାଇଥିବା ଜଣାପଡିବାପରେ ଜେଲ୍ କର୍ମଚାରୀ ଆସାମୀ ନୃସିଂହଙ୍କୁ ବହୁ ଖୋଜାଖୋଜି କଲାପରେ ତାହାର କୌଣସି ସନ୍ଧାନ ନମିଳିବାରୁ ଶେଷରେ ବାଧ୍ୟହୋଇ ସାଲେପୁର ସବ୍ଜେଲର ମାନସ ରଂଜନ ସାମନ୍ତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ଗତକାଲି ରାତି ପ୍ରାୟ ୧୨.୩୦ମି. ସମୟରେ ଅଭିଯୁକ୍ତ ନୃସିଂହର ଘର ଉପରେ ଚଢ଼ଉ କରି ତାକୁ ସେଠାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅଭିଯୁକ୍ତ ନୃସିଂହ ୨୦୧୬ମସିହାରୁ ଏକ ବଳାକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଜଣାଯାଇଛି । ସେହିପରି ଜେଲ୍ରେ କାର୍ଯ୍ୟରତ ଜେଲ୍ ୱାର୍ଡର ବ୍ରଜବନ୍ଧୁ ସାମଲ ଓ ଦେବେନ୍ଦ୍ର କୁମାର ଦାସଙ୍କୁ ସାଲେପୁର ସବ୍ଜେଲର ଶ୍ରୀ ସାମନ୍ତ ଆସାମୀ ଖସିବାନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାଯାଇଛି । ଅପର ପକ୍ଷରେ ଜେଲ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେଉଥିବାବେଳେ ଆସାମୀ ଜଣକ କିଭଳି ଏଠାରୁ ଖସିଗଲା, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply